ଏକାଠି ହେଲେ, ଗର୍ଜିଲେ….

ନିର୍ବାଚନ ପୂର୍ବରୁ ବିଜେପି ବିରୋଧୀ ଦଳମାନଙ୍କର ମହା ସମାବେଶ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱରେ ଆୟୋଜିତ ଏହି ସମାବେଶରେ ୨୦ଟି ବିରୋଧୀ ଦଳ ଏକାଠି ହୋଇ ଶକ୍ତି ପ୍ରଦର୍ଶନ କରିଛନ୍ତି । କୌଣସି ହାଲତରେ ବି ବିଜେପିକୁ ଶାସନ କ୍ଷମତା ଯେଭଳି ନମିଳେ ସେନେଇ ରଣକୌଶଳ ସ୍ଥିର କରିବାକୁ ହାତରେ ହାତ ମିଶାଇଛନ୍ତି ସମସ୍ତେ ।

ନଜର ପକାନ୍ତୁ ଏହି ରାଲିରେ କିଏ କଣ କହିଛନ୍ତି :


ବଦଲ ଦୋ, ବଦଲ ଦୋ, ଦିଲ୍ଲୀ କ ସରକାର ବଦଲ ଦୋ- ମମତା ବାନାର୍ଜୀ


ଆଜି ରାଲିର କମାଣ ଧରିଥିବା ମମତା ଖୁବ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ । କହିଛନ୍ତି ମୋଦି ସରକାରର ‘ଏକ୍ସପାୟରୀ ଡେଟ୍’ ଚାଲଗଲାଣି । ଏବେ ବିଜେପି ହଟାଅ, ଦେଶ ବଂଚାଅ ସ୍ଥିତି ଆସି ଯାଇଛି । “ବଦଲ ଦୋ, ବଦଲ ଦୋ, ଦିଲ୍ଲୀ କ ସରକାର ବଦଲ ଦୋ” କହି ଟାର୍ଗେଟ କରିଛନ୍ତି ଟିଏମସି ସୁପ୍ରିମୋ । ସେହଭଳି କଥାଛଳରେ ମମତା ଏକଥା ବି କହିଛନ୍ତି ବିଜେପିରେ ରାଜନାଥ ସିଂ, ସୁଷମା ସ୍ୱରାଜ ଓ ନୀତିନ ଗଡକାରୀଙ୍କୁ ଅଣଦେଖା କରାଯାଉଛି । ଯେଉଁଦଳ ନିଜ ଲୋକଙ୍କର ନୁହେଁ ସେ ଦେଶର କେମିତି ହେବ ।


ମୋଦି-ଶାହା ଜିତିଲେ ସମ୍ବିଧାନ ବଦଳାଇଦେବେ- ଅରବିନ୍ଦ କେଜ୍ରିୱାଲ

ୟୁନାଇଟେଡ ଇଣ୍ଡିଆ ମହାରାଲିକୁ ସମ୍ବୋଧିତ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବି ଟାର୍ଗେଟ କରିଛନ୍ତି ବିଜେପିକୁ । କେଜ୍ରିୱାଲ କହିଛନ୍ତି, ଯଦି ଏଥର ଅମିତ ଶାହ ଓ ନରେନ୍ଦ୍ର ମୋଦି ଜିତି ଯାଆନ୍ତି ତେବେ ଦେଶର ସମ୍ବିଧାନ ବଦଳାଇଦେବେ । ଜର୍ମାନୀର ହିଟଲର ଭଳି ଭାରତରେ ବି ଆଉ ନିର୍ବାଚନ ହେବ ନାହିଁ ।


ନିର୍ବାଚନ ପୂର୍ବରୁ ବିଜେପି ବିରୋଧୀ ଦଳମାନଙ୍କର ମହା ସମାବେଶ

ବିଜେପି ଲୋକତନ୍ତ୍ର ପ୍ରତି ସବୁଠାରୁ ବଡ ବିପଦ- ଯଶୱନ୍ତ ସିହ୍ନା
ଯଶୱନ୍ତ ସିହ୍ନା କହିଛନ୍ତି ବିଜେପି ହେଉଛି ଭାରତର ଲୋକତନ୍ତ୍ର ପ୍ରତି ସବୁଠାରୁ ବଡ ବିପଦ । ଏମିତି କୌଣସି ଲୋକତାନ୍ତ୍ରୀକ ସଂସ୍ଥା ନାହିଁ ଯାହାକୁ ମୋଦି ସରକାର ନଷ୍ଟ କରି ନାହାଁନ୍ତି । ସେପଟେ ହାର୍ଦ୍ଦିକ ପଟେଲ କହିଛନ୍ତି, ସୁବାଶ ବାବୁ ଲଡେ ଥେ ଗୋରୋ ସୋ, ହମ ଲଢ଼େଙ୍ଗେ ଚାରୋ ସେ ।

Related Posts