ଦୁଇ ସପ୍ତାହ ପରେ ଶ୍ରୀଲଙ୍କାରୁ ହଟିଲା ଏମରଜେନ୍ସି,

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦୁଇ ସପ୍ତାହ ପରେ ଶ୍ରୀଲଙ୍କାରୁ ହଟିଲା ଏମରଜେନ୍ସି, । ସେପଟେ ଦେଶରେ ସରକାର ବିରୁଦ୍ଧରେ ତୀବ୍ର ବିରୋଧ ପ୍ରଦର୍ଶନ ପରେ ରାଷ୍ଟ୍ରପତି ଗୋଟବାୟା ମେ ୬ ମଧ୍ୟରାତ୍ରୀରୁ ଦେଶରେ ଜରୁରୀକାଳୀନ ଲାଗୁ କରିବାକୁ ଘୋଷଣା କରିଥିଲେ । ହିରୁ ନ୍ୟୁଜ ଅନୁସାରେ ରାଷ୍ଟ୍ରପତିଙ୍କ ସଚିବାଳୟ ପକ୍ଷରୁ କୁହାଯାଇଛି ଶୁକ୍ରବାର ମଧ୍ୟରାତ୍ରୀରୁ ଦେଶରୁ ଜରୁରୀକାଳୀନ ଫେରାଇ ନିଆଯାଇଛି । ରିପୋର୍ଟ ଅନୁସାରେ ଦେଶରେ ଆଇନ ବ୍ୟବସ୍ଥା ସ୍ଥିତି ସୁଧାରିବା ପାଇଁ ପଦକ୍ଷେପ ନିଆଯାଉଛି। ଜରୁରୀକାଳୀନ ସମୟରେ ପୋଲିସ ଏବଂ ସୁରକ୍ଷାକର୍ମୀ ନିକଟରେ ଲୋକଙ୍କ ଉପରେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ ଲୋକଙ୍କୁ ହେପାଜତକୁ ନେବାର ଅଧିକାର ରହିଥାଏ ।

ଅନ୍ୟପଟେ ଶ୍ରୀଲଙ୍କାରେ ଦେଖା ଦେଇଥିବା ଆର୍ଥିକ ସଂକଟ ପାଇଁ ରାଜପକ୍ଷେ ପରିବାର ଦୋଷୀ ଥିବା ଏଠାକର ଲୋକେ ଭାବୁଛନ୍ତି। ଏହି କାରଣରୁ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଦେଶର ଜନାତା ରାସ୍ତାକୁ ଓହ୍ଲାଇବା ସହ ହିଂସା ଘଟାଇଥିଲେ। ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଗୋଟବାୟା ରାଜପକ୍ଷେ ଦେଶରେ ଏମରଜେନ୍ସି ଲାଗୁ କରିବା ପାଇଁ ଘୋଷଣା କରିଥିଲେ। ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେଙ୍କ ଇସ୍ତଫା ପରେ ଦଶରେ ସରକାର ସମର୍ଥକ ଏବଂ ସରକାର ବିରୋଧୀ ପ୍ରଦର୍ଶନକାରୀ ମଧ୍ୟରେ ସଂଘର୍ଷରେ ୯ ଜଣଙ୍କ ଜୀବନ ଯାଇଥିଲା। ଏଥିରେ ୨୦୦ରୁ ଅଧିକ ଲୋକେ ଆହାତ ହୋଇଥିଲେ।

Related Posts