
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦେଶରେ ଦିନକୁ ଦିନ ପ୍ରତ୍ୟେକ ଜିନିଷର ଦରଦାମ ବଢ଼ିବାରେ ଲାଗିଛି । ଏହା ମଧ୍ୟରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓଙ୍କ ଝିଅ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଥିବାର ଦେଖିବାକୁ ମିଳିଛି । ତେବେ ମୋଦୀ ହେ ତୋ ମୁସ୍କିଲ ହେ। ଜିଡିପି ପାତାଳକୁ ଗଲାଣି ଏବଂ ମହଙ୍ଗାଇ ଆକାଶଛୁଆଁ ହେଲାଣି। ପେଟ୍ରୋଲ, ଗ୍ୟାସ୍, ସିଲିଣ୍ଡର, ଡିଜେଲ୍ ଦାମ ଅହେତୁକ ବଢି ସାରିଛି ଏବଂ ଜନତା ମହଙ୍ଗା ମାଡରେ କଲବଲ। କାରଣ ମୋଦୀ ହେ ତୋ ମୁସ୍କିଲ ହେ। କାର୍ୟ୍ୟକ୍ରମରେ ବିଧାନସଭା ପରିଷଦର ସଦସ୍ୟ କବିତା କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀଙ୍କ କାର୍ୟ୍ୟକାଳରେ ଦେଶର ଜନତା ଦରବୃଦ୍ଧିରେ ବେହାଲ।
ଗ୍ୟାସ୍ ସିଲିଣ୍ଡର ଦାମ ହଜାରେ ପାର କରି ସାରିଛି। ପେଟ୍ରୋଲ ଏବଂ ଡିଜେଲ୍ ଦାମ ୧୦୦ ଟଙ୍କା ଉପରେ ରହିଛି। ଦେଶର ଜିଡିପି କ୍ରମାଗତ ହ୍ରାସ ପାଇବାରେ ଲାଗିଛି ଏବଂ ମହଙ୍ଗାଇ ଆକାଶଛୁଆଁ ରହିଛି। ଏସବୁ ମୋଦୀଙ୍କ ଯୋଗୁଁ ହିଁ ସମ୍ଭବ ହୋଇପାରୁଛି ବୋଲି କବିତା କହିଛନ୍ତି। ସେପଟେ ତେଲଙ୍ଗାନାରେ ୨୦୨୩ରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। କିନ୍ତୁ ଏବେଠୁ ସମସ୍ତ ରାଜନୈତିକ ଦଳ ସକ୍ରିୟ ହୋଇ ଉଠିଛନ୍ତି। ନିକଟରେ ରାହୁଲ ଗାନ୍ଧୀ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ତେଲଙ୍ଗାନାରେ ରାଲି ଆୟୋଜନ କରିଥିଲେ।