
ଋଷ ଓ ୟୁକ୍ରେନ ମଧ୍ୟରେ ଆରମ୍ଭ ହୋଇଯାଇଛି ଘମାଘୋଟ ଲଢେଇ | ଯୁଦ୍ଧ ର ପ୍ରଥମ ଦିନରେ ଉଭୟ ପରସ୍ପର ଉପରକୁ ଆକ୍ରମଣ କରିଛନି | ଏହି ଆକ୍ରମଣରେ ୟୁକ୍ରେନର ୧୩୭ ଜଣଙ୍କର ମୃତ୍ୟୁ ଘଟିଛି । ଯେଉଁଥିରେ ୧୦ ଜଣ ସେନା ଅଧିକାରୀ ରହିଛନ୍ତି । ସେହିପରି ୩୧୬ ଜଣ ସାଧାରଣ ଲୋକ ଆହତ ହୋଇଛନ୍ତି । ୟୁକ୍ରେନ ରାଷ୍ଟ୍ରପତି ଭ୍ଲାଦିମିର ଜଲେନସ୍କି ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ଆମ ସହିତ ଏକାଠି ହୋଇ ଲଢେଇ କରିବାକୁ କେହି ନାହାନ୍ତି । ଋଷକୁ ୟୁକ୍ରେନ ସହ ଲଢେଇ କରିବାକୁ ଏକୁଟିଆ ଛଡା ଯାଇଛି ।
ନିଜକୁ ସୁରକ୍ଷିତ ରଖିବା ପାଇଁ ଏବଂ ନିଜର ସ୍ୱାଧୀନତା ବଜାୟ ରଖିବାକୁ ପ୍ରୟାସ ୟୁକ୍ରେନ ସମସ୍ତ ପ୍ରକାର ପ୍ରୟାସ ଜାରି ରଖିବ ବୋଲି ଜଲେନସ୍କି କହିଛନ୍ତି । ଏମିତିକି ୟୁକ୍ରେନକୁ ନାଟୋରେ ସଦସ୍ୟତା ଦେବା ପାଇଁ କିଏ ଗ୍ୟାରେଂଟି ଦେବ ବୋଲି ଜଲେନସ୍କି କହିଛନ୍ତି । ରାଜଧାନୀ କିଭରେ ରୁଷିଆ ସେନା ପ୍ରବେଶ କରି ସାରିଛନ୍ତି । କିଭରେ କର୍ଫ୍ୟୁ ଜାରି ହୋଇଛି । ତେଣୁ ସମସ୍ତଙ୍କୁ ସତର୍କ ରହିବାକୁ ନିଜ ଦେଶବାସୀଙ୍କୁ କହିଛନ୍ତି ଜଲେନସ୍କି । ସେହିପରି ୟୁକ୍ରେନ ଆକ୍ରମଣର ପ୍ରଥମ ଦିନରେ ସମସ୍ତ ଲକ୍ଷ୍ୟ ପୂରଣ ହୋଇଛି ବୋଲି ରୁଷର ପ୍ରତିରକ୍ଷା ମନ୍ତ୍ରାଳୟ କହିଛି
ସେପଟେ ଏହି ମୃତକମାନଙ୍କୁ ଭିଡିଓ ବାର୍ତ୍ତା ଜରିଆରେ ଜେଲେନସ୍କି ହିରୋର ଆଖ୍ୟା ଦେଇଛନ୍ତି।
ଜେଲେନସ୍କି କହିଛନ୍ତି, ରୁଷ କେବଳ ୟୁକ୍ରେନର ସାମାରିକ ପ୍ରତିଷ୍ଠାନଗୁଡ଼ିକୁ ଟାର୍ଗେଟ କରୁଥିବା ଦାବି କରିଛି। ହେଲେ ରୁଷ ସୈନ୍ୟମାନେ ସାଧାରଣ ଲୋକଙ୍କ ପ୍ରତିଷ୍ଠାନ ଗୁଡ଼ିକ ଉପରେ ମଧ୍ୟ ହମଲା କରୁଛନ୍ତି। ସେମାନେ ସାଧାରଣ ଲୋକଙ୍କୁ ମାରୁଛନ୍ତି ଓ ଶାନ୍ତିପୂର୍ଣ୍ଣ ସହର ଗୁଡ଼ିକରେ ସୈନ୍ୟ ଛାଉଣି କରୁଛନ୍ତି।
ଏହା ଧୋକ୍କା ଓ ଏହା ଅକ୍ଷମଣୀୟ ଭୁଲ। ଗୁରୁବାର ଓଡେଶା ରିଜନର ଜମିନିୟି ଦ୍ୱୀପରେ ମୁତୟନ ହୋଇଥିବା ସମସ୍ତ ବର୍ଡର ଗାର୍ଡଙ୍କୁ ରୁଷ ପକ୍ଷରୁ ହତ୍ୟା କରାଯାଇଛି। ଏଥିସହ ସେମାନେ ଉକ୍ତ ଦ୍ୱୀପକୁ ନିଜ ଅକ୍ତିଆରକୁ ନେଇ ଯାଇଛନ୍ତି। ଏବେ ବି ଆମେ ରୁଷ ସହ ଲଢ଼େଇ ଜାରି ରଖିଛୁ। ଆଗକୁ ବି ଲଢ଼େଇ ଜାରି ରହିବ। ଆମେ କେବେ ବି ଆତ୍ମସମର୍ପଣ କରିବୁ ନାହିଁ ବୋଲି ଜେଲେନସ୍କି ଦମ୍ଭୋକ୍ତି କରିଛନ୍ତି।