ମଣିପୁରରେ ବିଧାନସଭା ନିର୍ବାଚନ: ଆଜି ୨ୟ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ

ମଣିପୁରରେ ବିଧାନସଭା ନିର୍ବାଚନ ପାଇଁ ଆଜି ପଡିବ ୨ୟ ପର୍ଯ୍ୟାୟରେ ମତଦାନ | ମତଦାତାମାନେ ସାବ୍ୟସ୍ତ କରିବେ ମତଦାନ | ୨୨ଟି ଆସନ ପାଇଁ ଆଜି ଭୋଟ ଗ୍ରହଣ କରାଯିବ | ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଇବୋବି ସିଂହ ମଧ୍ୟ ନିର୍ବାଚନରେ ଅବତୀର୍ଣ୍ଣ ହୋଇଛନ୍ତି । ଏହି ପର୍ଯ୍ୟାୟରେ ମୋଟ ୯୨ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିବେ ୮ଲକ୍ଷ ୩୮ ହଜାର ମତଦାତା | ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଜାରି ରହିବ | ଯେଉଁମାନେ କୋରୋନା ସଂକ୍ରମିତ ବ୍ୟକ୍ତି ସେମାନେ ଶେଷ ଏକ ଘଣ୍ଟା ମଧ୍ୟରେ ମତସାବ୍ୟସ୍ତ କରାଯିବା ନେଇ ବ୍ୟବସ୍ଥା କରାଯାଇଛି । ମୋଟ ୧୨୪୭ କେନ୍ଦ୍ରରେ ମତଦାନ ଆରମ୍ଭ ହୋଇଛି ।

ମଣିପୁରର ୩୮ ବିଧାନସଭା ଆସନରେ ସୋମବାର ମତଦାନ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ୫ଟି ଜିଲ୍ଲାର ୩୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟ ଗ୍ରହଣ କରାଯାଇଥିଲା । ମୋଟ ୭୮.୦୩ ପ୍ରତିଶତ ଭୋଟ ହୋଇଥିବା ବେଳେ ।ଙ୍ଗପୋକପିରେ ସର୍ବାଧିକ ୮୨.୯୭ ପ୍ରତିଶତ ଭୋଟିଂ ହୋଇଥିଲା । ପ୍ରଥମ ପର୍ଯ୍ୟାୟର ମତଦାନରେ ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂହଙ୍କ ଭାଗ୍ୟ ଇଭିଏମ ଭିତରେ ବନ୍ଦ ରହିଛି ।

କରୋନା ଗାଇଡଲାଇନକୁ ଦୃଷ୍ଟିରେ ରଖି ମଣିପୁରରେ ଦ୍ୱିତୀୟ ପର୍ଯ୍ୟାୟରେ ଭୋଟିଂ ହେଉଛି । ଲୋକେ ସାମାଜିକ ଦୂରତାକୁ ରକ୍ଷା କରି ଭୋଟ ଦେଉଛନ୍ତି | ମାର୍ଚ୍ଚ 10 ରେ ମଣିପୁର ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା କରାଯିବ। ଗତ ୨୦୧୭ ବିଧାନସଭା ନିର୍ବାଚନ ଗୋଟିଏ ପର୍ଯ୍ୟାୟ ହୋଇଥିଲା |

Related Posts