ୟୁକ୍ରେନ ଓ ରୁଷ ମଧ୍ୟରେ ଯୁଦ୍ଧ ଏବେ ଉଗ୍ର ରୂପ ଧାରଣ କରିଛି। ଋଷ ସେନା ୟୁକ୍ରେନ ଉପରେ ଲଗାତାର ଆକ୍ରମଣ କରିଛନ୍ତି । ଯାହାର ପ୍ରଭାବ ଏବେ ସମଗ୍ର ବିଶ୍ଵ ଉପରେ ପଡ଼ିଛି। ସେପଟେ ଏହି ଦୁଇ ଦେଶ ଉପରେ ସମଗ୍ର ବିଶ୍ୱର ନଜର ରହିଛି । ସେପଟେ ଯୁଦ୍ଧକୁ ନେଇ କ୍ୱାଡ ଦେଶମାନଙ୍କର ବୈଠକ ବସିବାକୁ ଯାଉଛି। ଆଜି ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ଜରିଆରେ ଯୋଗଦେବେ।
ମୋଦିଙ୍କ ବ୍ୟତୀତ ଏହି ବୈଠକରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ ଓ ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କାଶିଦା ଯୋଗଦେବେ। ଏମାନେ ଆଞ୍ଚଳିକ ସୁରକ୍ଷା ସହ ବର୍ତ୍ତମାନ ଚାଲିଥିବା ଯୁଦ୍ଧ ବିଷୟରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି। କ୍ୱାଡ ଗୋଟିଏ ଅଣ ସାମରିକ ସଂଗଠନ। ତଥାପି ଯୁଦ୍ଧ ସମୟରେ ଏପରି ବୈଠକର ଗୁରୁତ୍ୱ ବେଶ ଅଧିକ।
ବୈଦେଶିକ ମନ୍ତ୍ରଣାଳୟ ଗୋଟିଏ ବିବୃତିରେ କହିଛି, “କ୍ୱାଡ ବୈଠକରେ ସବୁ ନେତା ଇଣ୍ଡୋ-ପ୍ୟାସିଫିକର ମହତ୍ତ୍ୱପୂର୍ଣ୍ଣ ବିକାଶ ଉପରେ ବିଚାର କରିବେ ଓ ଆକଳନର ଆଦାନ ପ୍ରଦାନ କରିବେ। ଏଥିସହ ପୂର୍ବରୁ କ୍ୱାଡ ବୈଠକରେ ନିଆଯାଇଥିବା ନିଷ୍ପତ୍ତିର କାର୍ଯ୍ୟକାରିତା ଉପରେ ମଧ୍ୟ ଆଲୋଚନା ହେବ।” ୨୦୨୧ ମସିହା ଡିସେମ୍ବର ୨୪ରେ କ୍ୱାଡ ଦେଶର ନେତାମାନେ ପ୍ରଥମଥର ପାଇଁ ପରସ୍ପରକୁ ବ୍ୟକ୍ତିଗତ ଭାବେ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏହି ସମୟରେ ଇଣ୍ଡୋ-ପ୍ୟାସିଫିକ ଓ କୋଭିଡ-୧୯ ପ୍ରସଙ୍ଗରେ ସମସ୍ତେ ଆଲୋଚନା କରିଥିଲେ।
କିନ୍ତୁ ପୂର୍ବ ସ୍ଥିତି ଠୁ ଏବେର ସ୍ଥିତି ମଧ୍ୟରେ ଆକାଶ ପାତାଳ ଫରକ୍ ରହିଛି । ସେତେବେଳେ ବିଶ୍ଵ ମହାମାରୀ ମୃତ୍ୟୁ ର ତାଣ୍ଡବ ରଚିଥିବା ବେଳେ, ଏବେ ଋଷ ସେନା ୟୁକ୍ରେନ ଉପରେ ମୃତ୍ୟୁ ର ତାଣ୍ଡବ ରଚୁଚି । ବସିବାକୁ ଥିବା ଏହି ବୈଠରେ ରେ ରୁଷ ଓ ୟୁକ୍ରେନ ଯୁଦ୍ଧ ସମ୍ପର୍କରେ ଆଲୋଚନା କରିବାର ଯଥେଷ୍ଟ ସମ୍ଭାବନା ରହିଛି ।
