ଋଷ ସେନାଙ୍କ ଆକ୍ରମଣରେ ୟୁକ୍ରେନ୍‌ର ଅଭିନେତ୍ରୀ ଓକସାନାଙ୍କ ମୃତ୍ୟୁ

23 ଦିନରେ ପହଂଚିଛି ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ। ଅନେକ ପ୍ରତିବନ୍ଧକ ସ୍ୱତେ ଋଷ ସେନା ୟୁକ୍ରେନ ଉପରକୁ ଲଗାତାର ଆକ୍ରମଣ କରି ଚାଲିଛନ୍ତି।
ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଥମିବାର ନା ନେଉନି । ୨୪ ଫେବୃୟାରୀରୁ ଆରମ୍ଭ ହୋଇଥିବା ଏହି ଯୁଦ୍ଧରେ ହଜାର ହଜାର ସୈନିକଙ୍କ ସହ ସାଧରଣ ନାଗରିକଙ୍କ ବି ମୃତ୍ୟୁ ହେଲାଣି ।

ଋଷ ସହ ୟୁକ୍ରେନର ଅନେକ ଲୋକଙ୍କ ମୃତ୍ୟୁ ହେଲାଣି । ତେବେ ସାଧାରଣ ଲୋକ ଏହି ଯୁଦ୍ଧର ଟାର୍ଗେଟରେ ଆସିଛନ୍ତି ୟୁକ୍ରେନ୍‌ର ଅଭିନେତ୍ରୀ ଓକସାନା । ଋଷ ପକ୍ଷରୁ ହୋଇଥିବା ହମଲାରେ ୟୁକ୍ରେନର ଅଭିନେତ୍ରୀ Oksana Shvetsଙ୍କ ମୃତ୍ୟୁ ହୋଇଛି । କିଭ୍‌ର ଏକ ଆବାସିକ କୋଠା ଉପରେ ହୋଇଥିବା ରୁଷ ସେନାର ରକେଟ ହମଲାରେ ତାଙ୍କ ଜୀବନ ଚାଲିଯାଇଛି । ୟଙ୍ଗ ଥିଏଟର କମ୍ୟୁନିଟି ଦ୍ୱାରା ଓକସାନାଙ୍କ ମୃତ୍ୟୁ ଖବର ଦିଆଯାଇଛି । ଏଠାରେ ଓକ୍ସାନା ଦୀର୍ଘ ସମୟ ଧରି କାମ କରିଥିଲେ ।

ଏଥିରେ ଦ ସିକ୍ରେଟ ଅଫ୍ ସେଣ୍ଟ୍ ପ୍ୟାଟ୍ରିକ୍, ଟୁମୋରୋ ଓ୍ବିଲ୍‌ ବି ଟୁମୋରୋ ଓ ଦ ରିଟନର୍ସ ଅଫ୍ ମୁଖତାର ରହିଛି । ତାଙ୍କୁ ୟୁକ୍ରେନ୍‌ର ସମ୍ମାନିତ କଳାକାର ଭାବରେ ଜଣାଯାଏ । ଦ ହଲିଉଡ ରିପୋର୍ଟ କୁହେ ମୃତ୍ୟୁ ବେଳକୁ ଓକସାନାଙ୍କୁ ୬୭ ବର୍ଷ ହୋଇଥିଲା ।

Related Posts