ବଢିଲା G-23 ବିଦ୍ରୋହୀଙ୍କ ଚାପ, ଗୁଲାମନବୀ ଆଜାଦଙ୍କୁ ଭେଟିପାରନ୍ତି ସୋନିଆ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପାଞ୍ଚଟିର ରାଜ୍ୟରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଜି-୨୩ର ସଦସ୍ୟମାନେ କଂଗ୍ରେସର ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇବାରେ ଲାଗିଛନ୍ତି । ଏହା ମଧ୍ୟରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ଆଜି ଗୁଲାମ ନବୀ ଆଜାଦଙ୍କୁ ଭେଟିପାରନ୍ତି ବୋଲି ସୂଚନା ମିଳିଛି । ସେପଟେ ଆଜାଦଙ୍କ ନେତୃତ୍ୱରେ କଂଗ୍ରେସର ଜି -୨୩ ଅସନ୍ତୁଷ୍ଟଙ୍କ ନେତାଙ୍କୁ ନେଇ ଆଜାଦ ବୈଠକ କରିଥିଲେ । ଯେଉଁଥିରେ କଂଗ୍ରେସ ପାଇଁ ଆଗକୁ ବଢ଼ିବା ପାଇଁ ଆଲୋଚନା କରାଯାଇଥିଲା। କଂଗ୍ରେସର ନିରନ୍ତର ପରାଜୟ ସତ୍ତ୍ୱେ ନେତାମାନେ ଗାନ୍ଧୀ ପରିବାରର ନେତୃତ୍ୱକୁ ସମର୍ଥନ କରିବା କାଥାକୁ ନେଇ ଜି-୨୩ର ନେତାମାନେ ବାରମ୍ବାର ବୈଠକ କରିବାରେ ଲାଗିଛନ୍ତି । ବରିଷ୍ଠ ନେତା ଗୁଲାମ ନବୀ ଆଜାଦଙ୍କ ବାସଭବନରେ ୧୮ ଅସନ୍ତୁଷ୍ଟ ନେତାଙ୍କ ବୈଠକ ବସି ଏନେଇ ଆଲୋଚନା ହୋଇଥିଲା ।

ଏହାର ଠିକ ଦିନକ ପରେ ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଧାନସଭା ବିରୋଧୀ ଦଳ ନେତା ଭୂପିନ୍ଦର ସିଂହ ହୁଡାଙ୍କୁ ଭେଟିଛନ୍ତି । ଅନ୍ୟପଟେ ଅସନ୍ତୁଷ୍ଟ ନେତାଙ୍କ ବୈଠକରେ ହୁଡାଙ୍କ ସମେତ ବରିଷ୍ଠ ନେତା ଆନନ୍ଦ ଶର୍ମା, କପିଲ ସିବଲ, ମନୀଷ ତିୱାରୀ, ଶଶୀ ଥରୁର, ରାଜ ବବ୍ୱର, ସନ୍ଦୀପ ଦୀକ୍ଷିତ ଓ ଅନ୍ୟମାନେ ଉପସ୍ଥିତ ଥିଲେ । ସର୍ବପୁରାତନ ଦଳକୁ ପୁଣିଥିରେ ସକ୍ରିୟ କରିବାକୁ ହେଲେ ସାଂଗଠନିକ ସ୍ତରରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ଏକମାତ୍ର ବିକଳ୍ପ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା ।

Related Posts