ମେଘାଳୟର ‘ଉମଗଟ’ ନଦୀ କୁ ଦେଖିଲେ ଲାଗିବ ଯେଭଳି ପବନରେ ଡଙ୍ଗା ଟିଏ ଭାସୁଛି। ଟୁଇଟର ରେ ଫଟୋ ଭାଇରାଲ ।

ଦୁନିଆର ସବୁଠାରୁ ଶୁଦ୍ଧ ବା ସ୍ୱଚ୍ଛ ନଦୀ ମଧ୍ୟରୁ ଗୋଟିଏ ଭାରତରେ ଅଛି | ମେଘାଳୟ ରାଜ୍ୟର ଶିଲଙ୍ଗ ଠାରୁ 100 କିମି ଦୂରରେ ଥିବା ଉମଙ୍ଗୋଟ ନଦୀ | ଏହି ନଦୀର ଜଳ ଏଭଳି ସ୍ଵଛ ଏବଂ ଶାନ୍ତ, ଠିକ୍ ଯେଭଳି ଆଇନା ର କାଚ। କେନ୍ଦ୍ରୀୟ ଜଳ ଶକ୍ତି ମନ୍ତ୍ରାଳୟ ପକ୍ଷରୁ ଉମଙ୍ଗଟ ନଦୀର ଗୋଟିଏ ଫୋଟୋ କୁ ଟୁଇଟରରେ ଅପଲୋଡ କରାଯାଇଛି। ସେ ଫୋଟୋ ଟି ଏବେ ଭାଇରାଲ ହେବାରେ ଲାଗିଛି।

ସୋସିଆଲ ମିଡିଆରେ ସରକାରଙ୍କ ପକ୍ଷରୁ ଛଡ଼ା ଯାଇଥିବ ଫଟୋରେ ଉମଙ୍ଗଟ ନଦୀରେ ଗୋଟିଏ ଡଙ୍ଗା ଚାଲୁଥିବା ବେଳର ଫଟୋ କୁ ଅପଲୋଡ଼ କରାଯାଇଛି। ଏହି ଫଟୋରେ ନଦୀର ଜଳ ଏତେ ସ୍ୱଚ୍ଛ ଏଵଂ ଶାନ୍ତ ଅଛି ଯେ ଫଟୋରେ ଲାଗୁଛି ଯେଭଳି ବୋଟ୍ ଟି ପବନରେ ଭାସୁଛି।

ଯେତେବେଳେ ଦେଶରେ ପ୍ରାୟ ସମସ୍ତ ନଦୀ ଭୀଷଣ ଭାବରେ ପ୍ରଦୂଷିତ ସେତେବେଳେ ଉମଙ୍ଗଟ ନଦୀ ର ଜଳ ଏତେ ପରିଷ୍କାର ଏବଂ ସ୍ୱଚ୍ଛ ତାହା ବହୁ ଲୋକଙ୍କୁ ବିସ୍ମିତ କରିଛି।| ଆମର ସମସ୍ତ ନଦୀ ପରି ପରିଷ୍କାର ହେଉ ବୋଲି ଇଚ୍ଛା | ଉମଙ୍ଗଟ ନଦୀର ସ୍ବଚ୍ଛତା ପାଇଁ ଦେଶବାସୀ ମେଘାଳୟ ର ବାସିନ୍ଦାଙ୍କୁ ଶୁଭେଛା ଜଣାଇଛନ୍ତି। ଅନ୍ୟପଟେ, ବହୁ ଲୋକ ଟୁଇଟରରେ ଆଶଙ୍କା ପ୍ରକାଶ କରିଛନ୍ତି ଯେ, ସୋସିଆଲ ମିଡିଆରେ ଫଟୋ ଦେଖିବାପରେ ଦେଶ ବିଦେଶ ର ବହୁ ପର୍ଯ୍ୟଟକଙ୍କର ଏବେ ଉମନଗଟ ନଦୀ ଦେଖିବାକୁ ଭିଡ଼ ଜମିବ ଯାହାକି ନଦୀକୁ ପ୍ରଦୂଷିତ କରିବ।

Related Posts