ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ନଭେମ୍ବର ୨୨ ରୁ ଆନ୍ଦୋଳନ କରିବ ବିଜେଡି

ଭୁବନେଶ୍ବର: ମୋଦି ସରକାର ର ଉଜ୍ଜ୍ୱଳ। ଯୋଜନା ଏବେ ପ୍ରହସନରେ ପରିଣତ ହୋଇଛି ବୋଲି ବିଜେଡି କହିଛି। ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ଆସନ୍ତା ନଭେମ୍ବର ୨୨ ରୁ ୩ ଦିନ ଧରି ତିନୋଟି ଆର ଡି ସି ଜୋନ ରେ ଦଳ ବିକ୍ଷୋଭ କରିବ ବୋଲି ଚେତାବନୀ ଦେଇଛି। ଓଡିଶର ମା ଓ ଭାଉଣୀଙ୍କ ପାଇଁ ଏଥର ଦଳ ରାସ୍ତାକୁ ଓହ୍ଳାଇବ ବୋଲି କହିଛି ବିଜେଡି।

ବିଜେଡ଼ି ପାର୍ଟି ହେଡ୍ସା କ୍ୱାର୍ଟରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ କରି ଦଳ ଗ୍ୟାସ ଦରବୃଦ୍ଧିକୁ ସମାଲୋଚନା କରିଛି । ବିଜୁ ଜନତା ଦଳ ଉପସଭାପତି ପ୍ରମିଳା ମଲ୍ଲିକ ବିଜେପି ସରକାର ଉପରେ ବର୍ଷିଛନ୍ତି। ଗତ ୩ ବର୍ଷ ଭିତରେ ରନ୍ଧନ ଗ୍ୟାସ ଦର ୭୦ପ୍ରତିଶତ ବୃଦ୍ଧି ପାଇଛି। ଗ୍ୟାସ ଦର ଅତୀତରେ ଏଭଳି କେବେ ବୃଦ୍ଧି ହୋଇନଥିଲା ଏବଂ ୩ବର୍ଷରେ ଦର ଆକାଶଛୁଆଁ ହୋଇଥିବା ବିଜେଡି କହିଛି । କେନ୍ଦ୍ର ସରକାର କହୁଥିବା ଅଚ୍ଛେ ଦିନ, ଦୁର୍ଦ୍ଦିନରେ ପରିଣତ ହୋଇଛି।  ଓଡ଼ିଶାର ମାଆ ଭଉଣୀ ଏହାର ପ୍ରତିବାଦ କରିବେ ବୋଲି ପ୍ରମିଳା ମଲ୍ଲିକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ଆସନ୍ତା ୨୨ ତାରିଖରୁ ଆରମ୍ଭ ହେଉଥିବା ବିକ୍ଷୋଭ ରେ ଜନତା ଦଳର ୩ଟି ଶାଖା ସାମିଲ ହେବେ। ନଭେମ୍ବର ୨୨ତାରିଖରେ କଟକ ଆରଡିସି କାର୍ଯ୍ୟାଳୟରେ ସାମ୍ନାରେ ବିକ୍ଷୋଭ, ୨୩ତାରିଖରେ ସମ୍ବଲପୁର ଆରଡିସି କାର୍ଯ୍ୟାଳୟ ଓ ୨୪ତାରିଖରେ ବ୍ରହ୍ମପୁର ଆରଡିସି କାର୍ଯ୍ୟାଳୟରେ ଦଳ ପକ୍ଷରୁ ବିକ୍ଷୋଭ କରାଯିବ ବୋଲି ବିଜେଡି ବିଧାୟକ ପ୍ରଣବ ବଳବନ୍ତରାୟ କହିଛନ୍ତି ।

Related Posts