
(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ଦୁଃଖର କଳା ବାଦଲ ବୋଧେ ଘେରି ବସିଛି ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ପରିବାରରେ । ପରିବାରରେ ପ୍ରଥମେ ବାପା ଏବଂ ପରେ ପରେ ଦୁଇ ପୁଅଙ୍କ ଜୀବନ ନେଇଛି ମହାମାରୀ କରୋନା । ତେବେ ଆଜି ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ବଡ଼ ପୁଅ ଯଶୋବନ୍ତ ମହାପାତ୍ର କରାେନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୫୨ବର୍ଷ ବୟସ ହୋଇଥିଲା । ତେବେ କିଛିଦିନ ପୂର୍ବରୁ ଯଶୋବନ୍ତ କରୋନାରେ ସଂକ୍ରମିତ ହୋଇ ପ୍ରଥମେ ଭୁବନେଶ୍ୱର ସ୍ଥିତ ଏମ୍ସରେ ଚିକିତ୍ସିତ ହେଉଥିଲେ । ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ଖରାପ ହେବାରୁ ତାଙ୍କୁ ସମ୍ କୋଭିଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ଡାକ୍ତରମାନେ ଅନେକ ଚେଷ୍ଟା କରି ମଧ୍ୟ ତାଙ୍କୁ ବଞ୍ଚେଇ ପାରିନଥିଲେ । ଶେଷରେ ଆଜି ଦିନ ୧ ଘଟିକାରେ ତାଙ୍କର ମୃତ୍ୟୁ ଘଟିଥିଲା । ଅନ୍ୟପଟେ ୧୨ ଦିନ ପୂର୍ବରୁ ବାପାଙ୍କ ଦେହାନ୍ତ ଘଟିଥିଲା ବେଳେ ଗତକାଲି ତାଙ୍କ ସାନ ପୁଅଙ୍କ ମୃତ୍ୟୁ ଘଟିଥିଲା । ବାସ୍ତବରେ ବିଧିର ବିଧାନ କେତେ ନିଷ୍ଟୁରୋ । ଆଜି ତାଙ୍କ ବଡ଼ ପୁଅଙ୍କର ମଧ୍ୟ କରୋନାରେ ସଂକ୍ରମିତ ହୋଇ ମୃତ୍ୟୁ ଘଟିଛି । ଏପରି ଏକ ହୃଦୟ ବିଦାରକ ଘଟଣା ଘଟିବା ପରେ ତାଙ୍କ ପରିବାର ସଂପୂର୍ଣ୍ଣ ଭାବରେ ଭାଙ୍ଗି ପଡ଼ିଛି । ଏ ନେଇ ବିଭିନ୍ନ ମହଲରେ ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାରଙ୍କୁ ଆଶ୍ୱାସନା ଦେଉଛନ୍ତି ।