ଆଖି ବୁଜିଲା ଦୁର୍ଦ୍ଦାନ୍ତ ଚକା

ସତ୍ୟପାଠ ବୁରୋ : ବ୍ରହ୍ମପୁରରେ ବିଚାରାଧିନ କଏଦୀ ତଥା ଦୁର୍ଦ୍ଦାନ୍ତ ଅପରାଧୀ ଚକା ନାହାକର ମୃତ୍ୟୁ ହୋଇଛି । ଆସିକା ଅଂଚଳର ଦୁର୍ଦ୍ଦାନ୍ତ ଅପରାଧୀ ଭାବେ ଜଣାଶୁଣା ଚକାକୁ ୨୦୧୬ ମସିହାରେ ପୁଲିସ ଏନକାଉଣ୍ଟର କରିଥିଲା ।

କିଛିଦିନ ହେବ ଚକା ସୋରଡା ଭଂଜନଗର ସବଜେଲରେ ବିଚାରାଧିନ କଏଦୀ ଭାବେ ରହୁଥିଲା । ଅନେକ ସଂଗୀନ ଅପରାଧରେ ସପୃକ୍ତ ଥିଲା ଚକା । ତା ନାମରେ ବିଭିନ୍ନ ଥାନାରେ ଅନେକ ମାମଲା ରହିଥିଲା । ତେବେ ସେ ଗତ କିଛିଦିନ ହେବ ବ୍ରେନ ମ୍ୟାଲେରିଆ ଓ ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ତାକୁ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତୀ କରାଯାଇଥିଲା । ଆଜି ସକାଳେ ତାର ମୃତ୍ୟୁ ହୋଇଛି ।

Related Posts