ନିଟ୍ ପରୀକ୍ଷାରେ ବାଜି ମାରିଲେ ନଳିନୀ

ସତ୍ୟପାଠ ବୁରୋ : ସର୍ବ ଭାରତୀୟ ସ୍ତରରେ ମେଡିକାଲ କଲେଜରେ ନାମ ଲେଖାଇବା ପାଇଁ ହୋଇଥିବା ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ-୨୦୧୯ର ଫଳ ପ୍ରକାଶ ପାଇଛି । ରାଜସ୍ଥାନର ଛାତ୍ର ନଳିନୀ ଖଣ୍ଡେଲୱାଲ ଏଥିରେ ଟପ୍ପର ହୋଇଛନ୍ତି ।

ମୋଟ ୭୨୦ ନମ୍ବରରୁ ନଳିନୀ ନମ୍ବରରୁ ସର୍ବାଧିକ ୭୦୧ ନମ୍ବର ରଖି ସର୍ବଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ତାଙ୍କ ପଛକୁ ଦିଲ୍ଲୀର ଭାବିକ ବଂଶଲ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ତୃତୀୟ ସ୍ଥାନରେ ରହିଛନ୍ତି ଉତ୍ତର ପ୍ରଦେଶର ଅକ୍ଷତ କୌଶିକ ।

ସେପଟେ ତେଲେଙ୍ଗାନାର ମାଧୁରୀ ରେଡ୍ଡି ଝିଅଙ୍କ ମଧ୍ୟରେ ସର୍ବାର୍ଗେ ରହିଛନ୍ତି । ପ୍ରଥମ ୧୦୦ଜଣଙ୍କ ମଧ୍ୟରେ ୨୦ଜଣ ଛାତ୍ରୀ ରହିଛନ୍ତି । ସୂଚନାଯୋଗ୍ୟ ଚଳିତବର୍ଷ ୪ଲକ୍ଷ ୧୦ହଜାର ୭୫୫ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ।

Related Posts