ଅଭାବନୀୟ ଘଟଣା : ପୁଅକୁ ହତ୍ୟା କରି ଜଙ୍ଗଲରେ ପୋତି ଦେଲା ଜନ୍ମକଲା ବାପା, କ୍ଷତାକ୍ତ ଅବସ୍ଥାରେ ଉଦ୍ଧାର ହେଲା ମୃତଦେହ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ଚରମ ସୀମାରେ ପହଞ୍ଚିଲା ପାରିବାରିକ କଳହ। ଦୁଇ ବଡ଼ ପୁଅଙ୍କ ସହ ମିଶି ସାନ ପୁଅକୁ ହତ୍ୟା କରି ଜଙ୍ଗଲରେ ପୋତିଦେଲା ଜନ୍ମକଲା ବାପା। ଜଙ୍ଗଲରୁ ଉଦ୍ଧାର ହେଲା କ୍ଷତାକ୍ତ ମୃତଦେହ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ପାଙ୍ଗୁରୁମିଲା ଗାଁରେ। ନିଜ ଜନ୍ମ କଲା ପୁଅକୁ ହତ୍ୟା କଲେ ବାପା ଓ ନିଜ ଦୁଇ ଭାଇ । ହତ୍ୟା ପରେ ଗାଁ ନିକଟସ୍ଥ ଭୁଶୁକୁଟି ଜଙ୍ଗଲରେ ବାପା ଓ ଭାଇ ମିଶି ମୃତଦେହ ପୋତି ଦେଇଥିଲେ । ବର୍ତ୍ତମାନ ଅଭିଯୁକ୍ତ ବାପା ଓ ୨ ଭାଇଙ୍କୁ ପୋଲିସ ଗିରଫ କରି ପଚରାଉଚରା କରୁଛି। 

ମିଳିଥିବା ସୂଚନା ଅନୁସାରେ, କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଥାନା ଅନ୍ତର୍ଗତ ପାଙ୍ଗୁରୁମିଲା ଗାଁର ଭୂଷ୍କର ପୂଜାରୀ ଓ ତାଙ୍କର ଦୁଇ ପୁଅ ପ୍ରଫୁଲ ପୂଜାରୀ ଓ ଜମ୍ବେବ ପୂଜାରୀଙ୍କ ସହ ମିଶି ତାଙ୍କ ସାନ ପୁଅ ଚୈତନ୍ୟ ପୂଜାରୀଙ୍କୁ ହତ୍ୟା କରିଦେଇଛନ୍ତି। ତେବେ ଏଭଳି ହତ୍ୟାକାଣ୍ଡର ପଛର କାରଣ ପାରିବାରିକ କଳହ ବୋଲି କୁହାଯାଉଛି। ଉଭୟ ବାପ-ପୁଅ ମିଶି ସାନ ଭାଇକୁ ନିଜ ଘରେ ହତ୍ୟା କରିବା ପରେ ପ୍ରଥମେ ଗାଁ ନିକଟସ୍ଥ ଭୁଶୁକୁଟି ଜଙ୍ଗଲରେ ଝୁଲାଇ ଦେଇଥିଲେ। ଏହି ଘଟଣା ସାମ୍ନାକୁ ଆସିବା ପାଇଁ ହେବାରୁ ଦୋଷ ଲୁଚାଇବା ପାଇଁ ଉଭୟ ବାପ-ପୁଅ ଚୈତନ୍ୟଙ୍କୁ ମାଟି ତଳେ ପୋତି ଦେଇଥିଲେ। 

ତେବେ ଘଟଣା ସାମ୍ନାକୁ ଆସିବା ପରେ ଗ୍ରାମବାସୀମାନେ ପୋଲିସକୁ ଖବର ଦେଇଥିଲେ। ବାଲିଗୁଡା ପୋଲିସ ଓ ମାଜିଷ୍ଟ୍ରେଟ୍ ଶଶାଙ୍କ ଶେଖର ପାତ୍ରଙ୍କ ଉପସ୍ଥିତରେ ମୃତଦେହ ପୋତିଥିବା ସ୍ଥାନକୁ ଦେଖାଇଥିଲା ହତ୍ୟାକାରୀ ବାପା । ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଉପଖଣ୍ଡ ମେଡିକାଲକୁ ପଠାଇଛି। ଉଭୟ ଅଭିଯୁକ୍ତ ବାପ-ପୁଅ ୩ ଜଣଙ୍କୁ ଗିରଫ କରି ପୋଲିସ ପକ୍ଷରୁ ତଦନ୍ତ କରାଯାଉଛି।

Related Posts