ଅଭାବନୀୟ ଘଟଣା : ବେଙ୍ଗାଲୁରୁରେ ଗୋଟିଏ ପରିବାରର ୫ଜଣ ଆତ୍ମହତ୍ୟା କରିଥିବା ସନ୍ଦେହ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ଗୋଟିଏ ପରିବାରର ପାଞ୍ଚ ଜଣ ମୃତ । ଏପରି ଏକ ହୃଦୟ ବିଦାରକ ଘଟଣା ଘଟିଛି କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ। ସୂଚନା ମୁତାବକ, ପ୍ରାୟ ୩ ଦିନ ତଳୁ ଗୋଟିଏ ପରିବାରର ୫ଜଣ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ବେଙ୍ଗାଲୁରୁର ବ୍ୟାଦରହାଲ୍ଲୀ ଥାନା ଅନ୍ତର୍ଗତ ଗୋଟାଏ ଘରେ ୫ ଜଣଙ୍କର ମୃତ ଦେହ ଉଦ୍ଧାର କରାଯାଇଛି। ତେବେ ୨ ବର୍ଷୀୟ ବାଳିକାକୁ ଶୁକ୍ରବାର ରାତିରେ ଉଦ୍ଧାର କରିଛି ପୋଲିସ। ତେବେ ଖାଦ୍ୟ ଅଭାବରୁ ପରିବାରର ୯ ମାସର କୋମଳମତି ଶିଶୁଟିଏ ମଧ୍ୟ ପ୍ରାଣ ହରାଇଛି। 

ତେବେ ଘଟଣା ସମ୍ପର୍କରେ ପୁଲିସ ପକ୍ଷରୁ ମିଳିଥିବା ସୂଚନାନୁସାରେ , ଏହି ଘଟଣା ଘଟିବାର ପ୍ରାୟ ୫ ଦିନ ପରେ ଏଚ୍‌. ଶଙ୍କର ନାମକ ଜଣେ ବ୍ୟକ୍ତି ତାଙ୍କ ଘରକୁ ଆସିବା ବେଳେ ଏ ସମ୍ପର୍କରେ ଜାଣିବାକୁ ପାଇଥିଲେ। ତେବେ ଆଶ୍ବସ୍ତିର କଥା ହେଉଛି ୨ ବର୍ଷୀୟ ଶିଶୁଟି ଜୀବିତ ଅଛି। ଏବଂ ପରିବାରର ଅନ୍ୟ ସମସ୍ତ ସଦସ୍ୟ ମାନଙ୍କର ମୃତ୍ୟୁ ଘଟିଛି।

ପୁଲିସ ଅଧିକାରୀ ସଞ୍ଜୀବ ଏମ୍‌. ପାଟିଲ୍‌ ଙ୍କ ସୂଚନା ମୁତାବକ, ଘର ଭିତରୁ ପୋଲିସ ୫ଟି ଶବ ପାଇଛି। ତେବେ ମୃତ୍ୟୁର କାରଣ କଣ ଜଣାପଡି ନାହିଁ। ଗଳିତ ହୋଇ ଆସୁଥିବା ଶବମାନଙ୍କ ମଧ୍ୟରୁ ୨ ବର୍ଷର ପିଲାଟିକୁ ଉଦ୍ଧାର କରାଯାଇଥିବା ସେ କହିଛନ୍ତି। ତେବେ ରିପୋର୍ଟ ଅନୁଯାୟୀ ପାରିବାରିକ କଳହ ହେତୁ ୫ ଦିନ ତଳେ ଏଚ୍‌. ଶଙ୍କର ରାଗରେ ଘର ଛାଡ଼ି ପଳାଇଯାଇଥିଲେ। ଶାଶୂଘର ଛାଡ଼ି ବାପଘରେ ରହିବାକୁ ଚାଲି ଆସିଥିବା ଝିଅ ସହ ସେଦିନ ଶଙ୍କରଙ୍କର ଯୁକ୍ତିତର୍କ ହୋଇଥିବା ପୁଲିସ ପକ୍ଷରୁ କୁହାଯାଇଛି। 

ତେବେ ପରେ ଯେତେବେଳେ ବହୁବାର ଘରକୁ ଫୋନ୍‌ କଲେ ମଧ୍ୟ ଉତ୍ତର ନ ମିଳିବାରୁ ଶଙ୍କର ଘରକୁ ଫେରି ଦେଖିଲେ, ତାଙ୍କ ପତ୍ନୀ ଭାରତୀ ( ୫୧), ପୁଅ ମଧୁସାଗର (୨୫) , ଦୁଇ ଝିଅ ସିଞ୍ଚଣା ଓ ସିନ୍ଧୁରାଣୀ (୩୪) ଘରର ‘ସିଲିଙ୍ଗ୍‌ ୱାଲ୍‌’ରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ପ୍ରାରମ୍ଭିକ ତଦନ୍ତ କରି ପୁଲିସ କହିଛି ଯେ, ଭୋକ ଦାଉରୁ ଶଙ୍କରଙ୍କ ୯ ମାସର ନାତିର ମୃତ୍ୟୁ ଘଟିଛି। ଆଶ୍ଚର୍ଯ୍ୟଜନକ ଭାବ‌େ ବଞ୍ଚିଯାଇଥିବା ତାଙ୍କ ୨ ବର୍ଷୀୟ ନାତୁଣୀକୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଯାଇଛି।

Related Posts