ମହାନଦୀରେ ଟଳିଲା ମଧ୍ଯମ ଧରଣର ବନ୍ୟା ଆଶଙ୍କା

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ଲଗାଣ ବର୍ଷା ନେଇ ସାରା ରାଜ୍ୟରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଥିବା ବେଳେ ଏବେ ଏକ ଆଶ୍ବସ୍ତିର ଖବର ମିଳିଛି। ମହାନଦୀରେ ଜଳସ୍ତର କମିବା ପରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ଟଳିଛି। କେବଳ ଛୋଟରୁ ସାମାନ୍ୟ ଧରଣର ବନ୍ୟା ହୋଇପାରେ ବୋଲି ଅନୁମାନ କରାଯାଉଛି। କିନ୍ତୁ ଏଥିରେ କୌଣସି ବିପଦ ନଥିବା ଜଳ ସମ୍ପଦ ବିଭାଗର ସବୋର୍ଚ୍ଚ ଯନ୍ତ୍ରୀ ଧୀରେନ ସାମଲ ସୂଚନା ଦେଇଛନ୍ତି। 

ସୂଚନା ଅନୁସାରେ ବର୍ତ୍ତମାନ ମୁଣ୍ଡଳିରେ ୬ ଲକ୍ଷ ୬୭ ହଜାର କ୍ୟୁସେକ୍‌ ବନ୍ଯା ଜଳ ନିଷ୍କାସିତ ହେଉଛି। ୩ରୁ ୪ ଘଣ୍ଟା ହେବ ଏପରି ସ୍ଥିତି ଲାଗି ରହିଛି। ଅପରପକ୍ଷରେ ଉପର ମୁଣ୍ଡରେ ବର୍ଷା କମୁଥିବାରୁ ହୀରାକୁଦରେ ଗେଟ୍ ବନ୍ଦ ହେବାର ଲାଗିଛି। ସେହିପରି ବ୍ରାହ୍ମଣୀ, ବୈତରଣୀ ଏବଂ ସୁବର୍ଣ୍ଣରେଖାରେ ବି ଜଳସ୍ତର କମୁଥିବା ସୂଚନା ମିଳିଛି। ଯାଜପୁର, ବାଲେଶ୍ୱର ଜିଲ୍ଲାରେ କିଛି ଘାଇ ସୃଷ୍ଟି ହୋଇଛି। ଯାହାର ମରାମତି ହେବା ସହ ପରିସ୍ଥିତିରେ ସୁଧାର ଆସିଛି। ସେହିପରି ସମସ୍ତ ଜଳଭଣ୍ଡାରରେ ସ୍ଥିତି ସ୍ୱାଭାବିକ ଥିବା ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି।  ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା ଅନୁସାରେ, ‘ମୁଣ୍ଡଳିରେ ଯେଉଁ ପରିମାଣର ଜଳ ଯାଉଛି, ତାହା ଆଗକୁ ବଢ଼ିବାର ସମ୍ଭାବନା ନାହିଁ। ମୁଣ୍ଡଳି ଦେଇ ଯାଉଥିବା ଜଳ ନଦୀ ଦେଇ ଯାଉଛି ଓ ଏହା ଗାଁ ଭିତରକୁ ପ୍ରବେଶ କରୁ ନାହିଁ ବୋଲି ସେ କହିଛନ୍ତି । 

Related Posts