ଜମିବାଡି ବିବାଦକୁ ନେଇ ଭଦ୍ରକରେ ଅଭାବନୀୟ ଘଟଣା: ସଂଘବଦ୍ଧ ଆକ୍ରମଣରେ ଉଭୟ ପକ୍ଷରୁ ୮ ଜଣ ଆହତ

ଭଦ୍ରକ : ଜମିବାଡି ବିବାଦକୁ ନେଇ ଭାସିଲା ରକ୍ତ | ଭାଇ-ଭାଇ ର ଶତ୍ରୁ ପାଲଟିଲା | ସଂଘବଦ୍ଧ ଆକ୍ରମଣରେ ଉଭୟ ପକ୍ଷରୁ ୮ ଜଣ ଆହତ ହୋଇଛନ୍ତି । ୩ ଜଣଙ୍କୁ ଅଟକ ରଖିଲା ପୋଲିସ । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ବାଲିପୋଖରୀ ପଞ୍ଚାୟତର କୋରାକୋରା ଗାଁରେ ଘଟିଛି ଏମିତି ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ବାଲିପୋଖରୀ ପଞ୍ଚାୟତର କୋରାକୋରା ଗାଁର ଦୁଇ ପରିବାର ମଧ୍ୟରେ ଦୀର୍ଘ ଦିନ ହେବ ଜମିବାଡ଼ି ବିବାଦ ଲାଗି ରହିଥିଲା । ତେବେ ମହେଶ୍ବର ସାହୁଙ୍କ ପରିବାର ଲୋକେ ରୋଷେଇ ଘର ପାଇଁ ଗାତ ଖୋଲିବା ବେଳେ ଅପର ପକ୍ଷ ବିରୋଧ କରିଥିଲେ । ପରେ ଯୁକ୍ତିତର୍କ ବେଳେ ଅପର ପକ୍ଷ ସଂଘବଦ୍ଧ ଭାବେ ମହେଶ୍ବରଙ୍କ ପରିବାର ଲୋକଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ଆସିଛି । ଆକ୍ରମଣରେ ଉଭୟ ପକ୍ଷର ୮ ଜଣ ଆହତ ହୋଇଛନ୍ତି ।

ଆହତମାନଙ୍କୁ ଭଣ୍ଡାରିପୋଖରୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଘଟଣା ଜାଣିବା ପରେ ଭଣ୍ଡାରିପୋଖରୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ୩ ଜଣଙ୍କୁ ଥାନାରେ ଅଟକ ରଖିଛି । ଘଟଣାକୁ ନେଇ ଅପରପକ୍ଷଙ୍କ ତରଫରୁ ପ୍ରତିକ୍ରିୟା ମିଳି ପାରିନାହିଁ ।

ଅପରପକ୍ଷେ ଗାଁ ରେ ଉତେଜେନା ପରିସ୍ଥିତି ଆଉ ସୃଷ୍ଟି ନହେବା ନେଇ ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ କରିବା ସହ ନଜର ରଖିଛି |

Related Posts