କେନ୍ଦୁଝର ମହୁଲଡ଼ିହା ଗାଁରେ ଅଭାବନୀୟ ଘଟଣା: ମୋବାଇଲ କିଣିବା ପାଇଁ ମା ଟଙ୍କା ନଦେବାରୁ ଜୀବନ ହାରିଲା ପୁଅ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ମହୁଲଡ଼ିହା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ସାମାନ୍ୟ ମୋବାଇଲ ପାଇଁ ଜୀବନ ହାରିଲା ପୁଅ । ମୋବାଇଲ୍ କିଣିବା ପାଇଁ ମା ଙ୍କ ନିକଟରେ ଦାବି କରିବା ପରେ ମା ଟଙ୍କା ଦେଇନଥିଲେ । ଫଳରେ କୀଟନାଶକ ପିଇ ଜୀବନ ହାରିଲା ପୁଅ। । ମୃତକ ଜଣଙ୍କ ସେହି ଗାଁରେ ବିଶ୍ଵାମିତ୍ର ନାଏକ ବୋଲି ଜଣାପଡ଼ିଛି।

ଖବର ଅନୁଯାୟୀ, ବୁଧବାର ସନ୍ଧ୍ୟାରେ ମହୁଲଡ଼ିହା ଗାଁର ବିଶ୍ଵାମିତ୍ର ନାଏକ ମୋବାଇଲ କିଣିବା ପାଇଁ ମାଙ୍କୁ ୨ ହଜାର ଟଙ୍କା ମାଗିଥିଲେ। ମା ଟଙ୍କା ନଦେବାରୁ ବିଶ୍ଵାମିତ୍ର କୀଟନାଶକ ପିଇ ଦେଇଥିଲେ। ଘର ଲୋକ ଏହା ଜାଣିବା ପରେ ତୁରନ୍ତ ବିଶ୍ୱାମିତ୍ରଙ୍କୁ ଗୁରୁତର ଅବସ୍ଥାରେ ପାଟଣା ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ବିଶ୍ଵାମିତ୍ରଙ୍କୁ ମୃତ ଘୋଷଣା କରିଛନ୍ତି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Related Posts