ବଜେଟ ହାଇଲାଇଟ୍ସ

219

ସତ୍ୟପାଠ ବ୍ୟୁରୋ : ସଂସଦରେ ଉପସ୍ଥାପିତ ହେଲା ୨୦୧୯-୨୦ ଆର୍ଥିକ ବର୍ଷର ବଜେଟ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତ ଥର ବଜେଟ ଉପସ୍ଥାପନ କରିଛନ୍ତି । ପୂର୍ବାହ୍ନ ୧୧ଟାରେ ବଜେଟ ଉପସ୍ଥାପନ ହୋଇଛି । ଚଳିତଥର ବ୍ରିଫକେସ୍ ବଦଳରେ ‘ବହିଖାତା’ ଧରି ସଂସଦରେ ପହଂଚିଥିଲେ ସୀତାରମଣ ।

UNION BUDGET LIVE

UNION BUDGET LIVE

Posted by Satyapatha on Thursday, July 4, 2019

ବଜେଟ ହାଇଲାଇଟ୍ସ :
ମୋଦିଙ୍କ ନେତୃତ୍ୱରେ ଲକ୍ଷ୍ୟ ପୁରଣ କରିବୁ ।
୫ବର୍ଷରେ କାମରେ ଅଗ୍ରଗତି ଆସିବ ।
ପ୍ରଦୁଷଣମୁକ୍ତ ଦେଶ ଗଢ଼ିବାକୁ ଲକ୍ଷ୍ୟ ।
ଚୁଲି ଧୁଆଁରୁ ଦେଶକୁ ମୁକ୍ତ କରାଯାଇଛି ।
ପ୍ରତ୍ୟେକ ମଣିଷ ପରିବର୍ତ୍ତନ ଅନୁଭବ କରୁଛନ୍ତି ।
ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱ ।
ଦେଶରେ ୩୬୦ କିମି ମେଟ୍ରୋ ରେଳସେବା ଚାଲି ପାରିଛି ।
୨୦୧୯ରେ ୨୧୦ କିମି ଅତିରିକ୍ତ ମେଟ୍ରୋ ସେବା ଲକ୍ଷ୍ୟ ।
ରେଳ ଭିତ୍ତିଭୂମି ବିକାଶ ପାଇଁ ୫୦ହଜାର କୋଟି ଆବଶ୍ୟକ ।
୧୨ବର୍ଷରେ ରେଳ ଭିତ୍ତିଭୂମି ବିକାଶ ପାଇଁ ଏହି ଅର୍ଥ ଖର୍ଚ୍ଚ ହେବ ।
ମୁଦ୍ରା ଯୋଜନାରେ ଲୋକଙ୍କ ଜୀବନ ବଦଳାଇଛି ।
ଗାଁ ଓ ସହର ଭିତରେ ଦୂରତା କମିଛି ।
ଟାରିଫ ନୀତିରେ ପରିବର୍ତ୍ତନ ଜରୁରୀ ।
ରେଂଟାଲ ହାଉସିଂ କୁ ବଢ଼ାଇବା ପାଇଁ ନୀତି ଆସିବ ।
ବିଜୁଳି ପାଇଁ ‘ଗୋଟିଏ ଦେଶ, ଗୋଟିଏ ଗ୍ରୀଡ’ ।
ଏମଏସଏମଇ ପାଇଁ ସ୍ୱତନ୍ତ୍ର ଅନଲାଇନ ପୋର୍ଟାଲ ।
ଛୋଟ ବ୍ୟବସାୟୀଙ୍କୁ ୫୯ ସେକେଣ୍ଡରେ ୧କୋଟି ଋଣ ବ୍ୟବସ୍ଥା ।
୩କୋଟି ଖୁଚୁରା ବ୍ୟବସାୟୀଙ୍କୁ ପେନସନ ।
ସମସ୍ତଙ୍କୁ ଘର ଦେବା ଲକ୍ଷ୍ୟରେ କାମ ଜାରୀ ।
୨୦୨୦ ସୁଦ୍ଧା ଜଳମାର୍ଗରେ ଆଉ ଦୁଇଟି ନୂଆ ଟର୍ମିନାଲ ।
୪ବର୍ଷରେ ଗଙ୍ଗା ନଦୀ ଉପରେ କାର୍ଗୋ ପରିବହନ ।

Comments are closed.