ଗାଁ, ଗରୀବ, କିଷାନ ଆମ ସରକାରର ମୂଳ ଆଧାର

ସତ୍ୟପାଠ ବ୍ୟୁରୋ : ସଂସଦରେ ଉପସ୍ଥାପିତ ହେଲା ୨୦୧୯-୨୦ ଆର୍ଥିକ ବର୍ଷର ବଜେଟ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତ ଥର ବଜେଟ ଉପସ୍ଥାପନ କରିଛନ୍ତି ।

https://www.facebook.com/Satyapatha.in/videos/1549830405153363/

ବଜେଟ ହାଇଲାଇଟ୍ସ :

ଚଳିତ ନିର୍ବାଚନ ନୂଆ ଭାରତ ଗଢ଼ିବା ପାଇଁ ଦିଶା ଦେଇଛି । ଦେଶବାସୀ ଦେଶକୁ ପ୍ରାଥମିକତା ଦେଇଛନ୍ତି ।
ବିତ୍ତୀୟ ଶୃଙ୍ଖଳା ବଜାୟ ପାଇଁ ପ୍ରଧାନମନ୍ତ୍ରୀ ବଡ ପଦକ୍ଷେପ ନେଇଛନ୍ତି ।
ଖାଦ୍ୟ ସୁରକ୍ଷା ଯୋଜନା ପାଇଁ ଗତ ସରକାର ଅପେକ୍ଷା ବ୍ୟୟ ଡବଲ କରାଯାଇଛି ।
ମଜବୁତ ଦେଶ ପାଇଁ ମଜବୁତ ନାଗରିକଙ୍କୁ ପ୍ରାଥମିକତା ଦିଆଯାଇଛି ।
୨୦୧୪ରେ ସରକାର ଗଠନ ବେଳେ ଅର୍ଥନୀତି ୧.୮୫ ଟ୍ରିଲିୟନ ଡଲାର ଥିଲା ।
୫ବର୍ଷ ମଧ୍ୟରେ ଅର୍ଥନୀତି ୨.୭ ଟ୍ରିଲିୟନ ଡଲାରରେ ପହଂଚି ପାରିଛି ।
ଚଳିତବର୍ଷ ଭାରତର ଅର୍ଥନୀତି ୩ଟ୍ରିଲିୟନ ଡଲାର ହେବାକୁ ଲକ୍ଷ୍ୟ ।
୫ବର୍ଷରେ ୫ଟ୍ରିଲିୟନ ଡଲାର କରିବା ଲକ୍ଷ୍ୟ ।
ଏବେ ଭାରତ ତୃତୀୟ ବୃହତ ଅର୍ଥନୀତି ଭାବେ ଉଭା ହୋଇଛି ।
ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସରକାରର ମୂଳ ଲକ୍ଷ୍ୟ ।
ଗାଁ, ଗରୀବ, କିଷାନ ଆମ ସରକାରର ମୂଳ ଆଧାର ।
ଭାରତରେ ଅଧିକ ପୁଂଜି ନିବେଶ ପାଇଁ ନିବେଶକଙ୍କୁ ଆକୃଷ୍ଟ କରାଯିବ ।
ସିଂଗଲ ବ୍ରାଣ୍ଡ ରିଟେଲ ସେକ୍ଟରରେ ଏଫଡିଆଇକୁ ମଂଜୁରୀ ।
ମହାକାଶ ଗବେଷଣା କ୍ଷେତ୍ରରେ ଭାରତ ନୂଆ ସୋପନକୁ ଯାଇଛି ।
ମହାକାଶ ଅଭିଯାନ ଯନ୍ତ୍ରାଂଶ ବିକ୍ରି ପାଇଁ ନୂଆ କମ୍ପାନୀ କରାଯାଇଛି ।

Related Posts