ଆଉ ୬ ମାସକୁ ବୃଦ୍ଧି ପାଇଲା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ସମୟ ସୀମା ବୃଦ୍ଧି । ଆହୁରି ଆଉ ୬ ମାସକୁ ବୃଦ୍ଧି ପାଇଛି । ଏନେଇ କେନ୍ଦ୍ର ସରକାର ଙ୍କ ପକ୍ଷରୁ ସୂଚନା ମିଳିଛି । ଏହି ଯୋଜନା ମାଧ୍ୟମରେ ଗରିବ ଲୋକମାନଙ୍କୁ ମୁଣ୍ଡପିଛା ଅତିରିକ୍ତ ୫ କିଲୋଗ୍ରାମ ଖାଦ୍ୟ ଶସ୍ୟ ମାଗଣାରେ ଦିଆଯାଇଥାଏ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏ ସଂପର୍କରେ ଟୁଇଟ କରି ଘୋଷଣା କରିଛନ୍ତି । ଏହି ସ୍କିମ ଦ୍ବାରା ଦେଶର ପ୍ରାୟ ୮୦ କୋଟି ଲୋକ ଉପକୃତ ହେବେ ।

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ଏହା ହେବ ୬ଷ୍ଠ ପର୍ଯ୍ୟାୟ । ୫ମ ପର୍ଯ୍ୟାୟ ଚଳିତ ମାର୍ଚ୍ଚ ମାସ ୩୧ ତାରିଖରେ ସମାପ୍ତ ହେଉଥିଲା । ୬ଷ୍ଠ ପର୍ଯ୍ୟାୟ ପାଇଁ ୮୦ ହଜାର କୋଟିର ବ୍ୟୟବରାଦ କରାଯାଇଛି ।

ଏହା ପୂର୍ବରୁ ଉତ୍ତରପ୍ରଦେଶ ସରକାର ମାଗଣା ରେସନ ସ୍କିମକୁ ଆଉ ତିନି ମାସ ପାଇଁ ବଢାଇ ଦେଇଥିଲେ । ଆଜି ଅନୁଷ୍ଠିତ ଉତ୍ତର ପ୍ରଦେଶ ସରକାରଙ୍କ ନୂଆ କ୍ୟାବିନେଟ୍‌ର ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିବା କଥା ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଛନ୍ତି । ଶୁକ୍ରବାର ଦିନ ଦ୍ବିତୀୟ ପାଳିରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ଏହା ହେଉଛି ଯୋଗୀ ଆଦିତ୍ୟନାଥଙ୍କର ପ୍ରଥମ ନିଷ୍ପତ୍ତି । ଏହି ଯୋଜନାରେ ୨୦୨୨ ଜୁନ୍‌ ୩୦ ତାରିଖ ପର୍ୟ୍ୟନ୍ତ ଲୋକେ ମାଗଣା ରେସନ୍‌ ପାଇବେ।

Related Posts