ଅଭିନେତା ରଣବୀର ସିଂହଙ୍କ ସହ ବଲିଉଡ ଗୀତରେ ନାଚିଲେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଅଭିନେତା ରଣବୀର ସିଂହଙ୍କ ସହ ବଲିଉଡ ଗୀତରେ ନାଚିଲେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର । ତେବେ ରଣବୀର ସିଂହଙ୍କ ଚଳଚ୍ଚିତ୍ର ବାଜିରାଓ ମସ୍ତାନୀ ଚଳଚ୍ଚିତ୍ରର ହିଟ୍ ଗୀତ ‘ମଲ୍ହାରିଟ୍ଟ.’ ର ଲୋକପ୍ରିୟ ଗୀତରେ ନାଚିଥିବାର ଦେଖିବାକୁ ମିଳିଛି । ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ସେପଟେ ଅନୁରାଗ ଠାକୁର ଦୁବାଇର ଇଣ୍ଡିଆ ଏକ୍ସପୋ(ପ୍ରଦର୍ଶନୀ)ରେ ‘ଦ ଗ୍ଲୋବାଲ୍ ରିଚ୍ ଅଫ୍ ଇଣ୍ଡିଆନ୍ ମିଡିଆ ଏଣ୍ଡ୍ ଏଣ୍ଟରଟେନମେଣ୍ଟ ଇଣ୍ଡଷ୍ଟ୍ରି’ ପ୍ରୋଗ୍ରାମରେ ଯୋଗ ଦେବାକୁ ଆସିଥିଲେ। ରଣବୀର ସିଂହ ଭାରତୀୟ ପ୍ୟାଭିଲିୟନରେ ଏହି କାର୍ୟ୍ୟକ୍ରମରେ ମୁଖ୍ୟ ହୋଷ୍ଟ୍ ଥିଲେ। ମନ୍ତ୍ରୀ ଅନୁରାଗ ମିଡିଆରେ କଥାବାର୍ତ୍ତା ସମୟରେ କହିଛନ୍ତି, ଦେଶ ସ୍ଵାଧୀନତାର ୭୫ତମ ବର୍ଷର ଉତ୍ସବ ପାଳନ କରୁଛି ଓ ସମାରୋହ କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ପାଳନ କରାଯାଉଛି।

ଏଥିପାଇଁ ଦୁବାଇ ପ୍ରଦର୍ଶନୀର ଭାରତୀୟ ପ୍ୟାଭିଲିୟନରେ ଅନେକ ଲୋକ ସାମିଲ ହୋଇଥିଲେ। ଲୋକମାନେ ଯୋଗ, ଆୟୁର୍ବେଦ, ପର୍ୟ୍ୟଟନ, କପଡା, ପ୍ରସାଧନ ସାମଗ୍ରୀ ଓ ସିନେମାକୁ ନେଇ ଉତ୍ସୁକ ଥିଲେ। ପାଖାପାଖି ୧୭ ଲକ୍ଷ ଲୋକ ଇଣ୍ଡିଆନ୍ ପ୍ୟାଭିଲିୟନକୁ ଦେଖିଥିଲେ। ଅନ୍ୟପଟେ ଦୁବାଇରେ ଚାଲୁଥିବା ଦୁନିଆର ସବୁଠୁ ବଡ ପ୍ରଦର୍ଶନୀରେ ମାର୍ଚ୍ଚ ୨୮ରେ ଭାରତ ନିଜର ଜାତୀୟ ଦିବସ ପାଳନ କରିଥିଲା। ଏହି ଅବସରରେ ଭାରତୀୟ ସଂସ୍କୃତି ଓ ଟେକ୍ନୋଲୋଜିର ନମୁନା ପୁରା ଦୁନିଆକୁ ଦେଖିବାକୁ ମିଳିଥିଲା। ପ୍ରଦର୍ଶନୀ ମାର୍ଚ୍ଚ ୩୧ ତାରିଖ ପର୍ୟ୍ୟନ୍ତ ଚାଲିବ। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

Related Posts