ଗୃହରେ ତାତିଲେ ତାରା; ପୋଡ଼ିୟମ ଉପରକୁ ଇୟର ଫୋନ ଫିଙ୍ଗିଲେ ତାରା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିଧାନସଭା ଗୃହରେ କଂଗ୍ରେସ ନେତା ତାରା ପ୍ରସାଦ ବାହିନୀ ପତି ପୋଡ଼ିୟମ ଉପରକୁ ଇୟର ଫୋନ ଫିଙ୍ଗିଥିବାର ଦେଖିବାକୁ ମିଳିଛି । ତେବେ ଖଣି ଅନିୟମିତତା ପ୍ରସଙ୍ଗରେ ଆଲୋଚନା କରିବାକୁ କଂଗ୍ରେସ ଚାହୁଁଥିଲେ ବି ବାଚସ୍ପତି ଉକ୍ତ ପ୍ରସଙ୍ଗକୁ ଏଡାଇ ଯାଉଥିବା କହି ତାରା ତାତିଛନ୍ତି । କଂଗ୍ରେସର ବରିଷ୍ଠ ନେତା ତାରା ବାହିନୀପତି ଆଜି ବିଧାନସଭାରେ ପୁଣି ଗର୍ଜିଛନ୍ତି। ଗୃହକାର୍ୟ୍ୟ ଜାରି ଥିବା ବେଳେ ସେ ପୋଡ଼ିୟମ ଉପରକୁ ଇୟର ଫୋନ୍ ଫିଙ୍ଗିଛନ୍ତି। ତାରା ବାହିନୀପତି ବାଚସ୍ପତିଙ୍କ ପୋଡ଼ିୟମ୍ ଉପରକୁ ଚେୟାର ଉଠାଇଥିଲେ। ତାରା ବାହିନୀପତିଙ୍କ ଠାରୁ ସୁରକ୍ଷାକର୍ମୀମାନେ ଚେୟାର ଛଡ଼ାଇନେଇଥିଲେ। ଏହା ପରେ ତାରା ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଇୟର ଫୋନ୍ ଫିଙ୍ଗିଥିଲେ। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ସେପଟେ ତାରା ଅଭିଯୋଗ ଆଣିଛନ୍ତି ଯେ ୧୦୪ଟି ଖଣି ମାଲିକ ଓଡିଶାର ସମ୍ପତ୍ତି ହରି ଲୁଟ୍ କରିଛନ୍ତି । ସେପଟେ ଆଜି ପାନୀୟ ଜଳ ପ୍ରକଳ୍ପ ଓ ପିଇବା ପାଣି ସଙ୍କଟ ନେଇ ଗୃହରେ ଉଦବେଗ ବି ପ୍ରକାଶ ପାଇଛି ।

ପାନୀୟ ଜଳ ପ୍ରକଳ୍ପ କାର୍ୟ୍ୟକ୍ଷମ ବିଳମ୍ବ ନେଇ ଗୃହରେ ଆଲୋଚନା ବେଳେ ପିଇବା ପାଣି ପ୍ରସଙ୍ଗ ମଧ୍ୟ ଉଠାଇ ଉଭୟ ଶାସକ ଓ ବିରୋଧୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଖରାଦିନେ ପିଇବା ପାଣି ସଙ୍କଟ ପ୍ରସଙ୍ଗ ଉଠାଇଛନ୍ତି କଂଗ୍ରେସ ବିଧାୟକ ନରସିଂହ ମିଶ୍ର, ତାରା ପ୍ରସାଦ ବାହିନୀପତି । ଏହା ପୂର୍ବରୁ ଆଜି କିଛି ସମୟର ପ୍ରଶ୍ନ ଉତ୍ତର ପରେ ବିଧାନସଭା ଚାଲିପାରି ନଥିଲା। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ମୁଖ୍ୟମନ୍ତ୍ରୀଙ୍କୁ ସରକାରୀ ଅଧିକାରୀମାନଙ୍କ ଅଭିନନ୍ଦନ ନେଇ ଗୃହ ସରଗରମ ହେବା ସହ ଗୃହର ମଧ୍ୟଭାଗରେ ବିଜେପି ସଦସ୍ୟମାନଙ୍କ ପ୍ରତିବାଦ, ନାରାବାଜି ଦେଖିବାକୁ ମିଳିଥିଲା। ବିରୋଧୀଙ୍କ ଯୋଗୁ ଅପରାହ୍ଣ ୪ଟା ଯାଏଁ ଗୃହ ମୁଲତବୀ ରଖିଥିଲେ । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts