ଓଡ଼ିଶାରେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର, ହକି ବିଶ୍ଵକପ୍ ଉଦଘାଟନୀ ଉତ୍ସବରେ ହେବେ ସାମିଲ

ଭୁବନେଶ୍ୱର,୧୧l୧(ସତ୍ୟପାଠ ବ୍ୟୁରୋ): ଓଡ଼ିଶାରେ ପହଞ୍ଚିଲେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର। ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ଵାଗତ ସମ୍ଵର୍ଦ୍ଧନା ଦିଆଯାଇଛି। ହକି ବିଶ୍ଵକପ୍ ପାଇଁ ଆୟୋଜିତ ଉଦଘାଟନୀ ଉତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଅପରାହ୍ନ ୪ଟାରେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ବାରବାଟୀ ଷ୍ଟାଡିୟମରେ ଯୋଗଦେବା ସହ ଉତ୍ସବକୁ ଉଦଘାଟନ କରିବା ନେଇ ସୂଚନା ରହିଛି। ତେବେ ଓଡ଼ିଶାରେ ହକି ବିଶ୍ଵକପ୍ ଆୟୋଜନକୁ ପ୍ରଶଂସା କରିଛନ୍ତି କ୍ରୀଡ଼ା ମନ୍ତ୍ରୀ।

ସୂଚନାନୁଯାୟୀ, କଟକ ବାରବାଟୀ ଷ୍ଟାଡିୟମରେ ହକି ବିଶ୍ଵକପ ଉଦଘାଟନୀ ଉତ୍ସବ ହେବ। ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଝଲସିବ ବାରବାଟୀ ଷ୍ଟାଡିୟମ୍। ଏହି ଉତ୍ସବରେ ବଲିଉଡର ନାମୀଦାମୀ କଳାକାର ଯୋଗ ଦେବେ। ଉଦଘାଟନୀ ଉତ୍ସବରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ଅପିଲ କରିଛନ୍ତି।

Related Posts