ବୀରଭୂମ ହିଂସା ଘଟଣା: ୨୧ ଜଣଙ୍କୁ ଅଭିଯୁକ୍ତ ଦର୍ଶାଇଲା ସିବିଆଇ

କୋଲକାତା ବୀରଭୂମ ହିଂସା ମାମଲାରେ ତଦନ୍ତ କୁ ସିବିଆଇ ପକ୍ଷରୁ ଜୋରଦାର କରୁଥିବା ବେଳେ, ୨୧ ଜଣଙ୍କୁ ଅଭିଯୁକ୍ତ ଦର୍ଶାଇଛି। ସିବିଆଇ ସହ ସେଣ୍ଟ୍ରାଲ ଫରେନ୍ସିକ ସାଇନ୍ସ ଲ୍ୟାବୋରେଟରୀ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । ସୂତ୍ର ଅନୁସାରେ ତଦନ୍ତର ସମସ୍ତ ପ୍ରକ୍ରିୟାର ଭିଡିଓ କରାଯାଇଛି।

ଶନିବାର କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ରାଜ୍ୟ ଦ୍ୱାରା ଗଠିତ ଏସଆଇଟି ହାତରୁ ସମସ୍ତ ଦସ୍ତାବିଜ ଗ୍ରହଣ କରିଥିଲା। ଏପ୍ରିଲ ୭ ତାରିଖ ସୁଦ୍ଧା ନିଜର ରିପୋର୍ଟ ଦାଖଲ କରିବାକୁ କୋଲକାତା ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଉଲ୍ଲେଖଯୋଗ୍ୟ ଯେ, ସଞ୍ଜୁ ଶେଖ ନାମକ ଜଣେ ବ୍ୟକ୍ତିଙ୍କ ଘରେ ମଙ୍ଗଳବାର ବିଳମ୍ୱିତ ରାତିରେ ନିଆଁ ଲଗାଇ ଦେଇଥିଲେ ଦୁର୍ବୃତ୍ତ।

ସୂତ୍ର ଅନୁସାରେ ସବୁ ଘରେ ନିଆଁ ଲଗାଯାଇଥିଲା ନାଁ କିଛିକୁ ନିଆଁ ବ୍ୟାପିବା ପରେ ଅଗ୍ନିକାଣ୍ଡ ଘଟିଥିଲା ତାହା ମଧ୍ୟ ତଦନ୍ତ କରିବେ କେନ୍ଦ୍ରୀୟ ସଂସ୍ଥା। ସିବିଆଇ ଟିମ ସବ ଇନସ୍ପେକ୍ଟର ଧ୍ରୁବ ଜ୍ୟୋତି ଦତ୍ତାଙ୍କ ଅଭିଯୋଗରେ ମାମଲା ରୁଜୁ କରିଥିଲା। ଏହି ଘାଟଣାରେ ମିହିଲାଲ ଶେଖ, ଶେକଲାଲା ଶେଷ, ବାନୀ ଶେଖ, ନେକଲାଲ ଶେଖ, ମିନାରୁଳ ଶେଖ, ସୋନା ଶେଖ, ଫତୀକ ଶେଖ ଏବଂ ମୋବିନା ବିବିଙ୍କ ଘର ଜଳିଥିଲା। ତେବେ ଏହି ଘଟନାକୁ ନେଇ ପରବର୍ତ୍ତୀ ସମୟରେ ରାଜନୀତି ଜୋର ଧରିଥିଲା।

Related Posts