ଅଶାନ୍ତ ଜମ୍ମୁ କାଶ୍ମୀର: ପ୍ରବାସୀ ଶ୍ରମିକଙ୍କ ଉପରେ ଆତଙ୍କବାଦୀଙ୍କ ଟାର୍ଗେଟ, 2 ଆହତ

ଶ୍ରୀନଗର : ଅଶାନ୍ତ ହୋଇପଡିଛି ଜମ୍ମୁ କାଶ୍ମୀର । ଦିନକୁ ଦିନ ଆତଙ୍କବାଦୀ ମାନେ ସକ୍ରିୟ ହେବା ସହ ଆକ୍ରମଣ କରୁଛନ୍ତି । ପ୍ରବାସୀ ଶ୍ରମିକଙ୍କୁ ଟାର୍ଗେଟ କରୁଛନ୍ତି । ଆତଙ୍କବାଦୀମାନେ ଶୋପିଆନରେ ପ୍ରବାସୀ ଶ୍ରମିକମାନଙ୍କ ଉପରକୁ ଗ୍ରେନେଡ ମାଡ଼ କରିଛନ୍ତି । ଏହି ଗ୍ରେନେଡ ମାଡ଼ରେ ୨ ଜଣ ଆହତ ହୋଇଛନ୍ତି ।

ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଲଗତାର କିଛି ଦିନ ହେଲା କାଶ୍ମୀର ଘାଟିରେ ଆତଙ୍କବାଦୀ ଗତିବିଧି ବଢିବାରେ ଲାଗିଛି । ଗୁରୁବାର ବଡ଼ଗାମରେ ଇଟାଭାଟିରେ କାମ କରୁଥିବା ପ୍ରବାସୀ ଶ୍ରମିକଙ୍କ ଉପରେ ଆକ୍ରମଣ ହୋଇଥିଲା । ଏହି ଆକ୍ରମଣରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟ ଜଣେ ଗୁରୁତର ହୋଇଥିଲେ । ସମାନ ଦିନ ଜଣେ ହିନ୍ଦୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଆତଙ୍କବାଦୀମାନେ ବ୍ୟାଙ୍କ୍ ଭିତରେ ଗୁଳି କରି ହତ୍ୟା କରିଥିଲେ ।

ସରକାରୀ କର୍ମଚାରୀଙ୍କୁ ଟାର୍ଗେଟ କରୁଛନ୍ତି ଆତଙ୍କବାଦୀ

ଘାଟିରେ ଆତଙ୍କବାଦୀମାନେ ଲଗାତର ଭାବେ ସରକାରୀ କର୍ମଚାରୀଙ୍କୁ ଟାର୍ଗେଟ୍ କରୁଛନ୍ତି । ନିକଟରେ ବଡଗାମରେ ଜଣେ କାଶ୍ମୀର ପଣ୍ଡିତ ରାହୁଲ ଭଟ୍ଟଙ୍କୁ ହତ୍ୟା କରିଥିଲେ । ଏହାସହ ଜଣେ ଶିକ୍ଷୟତ୍ରୀଙ୍କୁ ମଧ୍ୟ ହତ୍ୟା କରିଥିଲେ । ଯାହାକୁ ନେଇ ଖୁବ୍ ବିରୋଧ ପ୍ରଦର୍ଶନ ହୋଇଥିଲା ।

ସୂଚନାଯୋଗ୍ୟ, କାଶ୍ମୀର ପଣ୍ଡିତଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ବଢିବା ପରେ ଜମ୍ମୁ-କାଶ୍ମୀର ପ୍ରଶାସନ ସମସ୍ତ କର୍ମଚାରୀଙ୍କ ବଦଳି କରିବା ନେଇ ନିର୍ଦ୍ଦେଶ ଜାରି କରିଥିଲା । ସମସ୍ତଙ୍କୁ ଜୁନ ୬ ସୁଦ୍ଧା ସୁରକ୍ଷିତ ସ୍ଥାନକୁ ପଠାଯିବା ପ୍ରକ୍ରିୟା ଶେଷ ହୋବ ବୋଲି ପ୍ରଶାସନ ତରଫରୁ କୁହାଯାଇଥିଲା ।

Related Posts