ଜମ୍ମୁ-କଶ୍ମୀରରେ ବାହାର ଲୋକଙ୍କୁ ମତଦାନ ଅଧିକାର ନେଇ ଲସ୍କର-ଏ-ତୈବାର ଧମକ; “ଆଗକୁ ତୀବ୍ର ହେବ ଆକ୍ରମଣ”

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଜମ୍ମୁ-କଶ୍ମୀରରେ ବାହାର ରାଜ୍ୟର ଲୋକଙ୍କୁ ମଧ୍ୟ ମତଦାନ ଅଧିକାର ଦିଆଯାଇଛି। ଏହା ଘୋଷଣା ହେବାପରେ ଲସ୍କର-ଏ-ତୈବା ଆତଙ୍କବାଦୀ ସଂଗଠନ ଜମ୍ମୁ-କାଶ୍ମୀରର ସ୍ଥାନୀୟ ବାସିନ୍ଦାଙ୍କୁ ଧମକ ଦେଇଛି । ସଂଗଠନ ପକ୍ଷରୁ ସ୍ଥାନୀୟ ଲୋକଙ୍କ ଉପରେ ଆଗକୁ ଆହୁରି ଆକ୍ରମଣ ତୀବ୍ର ହେବ ବୋଲି ଚେତାବନୀ ଦିଆଯାଇଛି।

କହିରଖୁ କି , ଜମ୍ମୁ-କାଶ୍ମୀରରେ ଚଳିତ ବର୍ଷ ବିଧାନସଭା ନିର୍ବାଚନ ହୋଇପାରେ ।ଏହା ପୂର୍ବରୁ ନିର୍ବାଚନ କମିଶନ ଏକ ବଡ ଘୋଷଣା କରିଛନ୍ତି । ଜମ୍ମୁ-କାଶ୍ମୀରର ମୁଖ୍ୟ ନିର୍ବାଚନ ଅଧିକାରୀ ହୃଦେଶ କୁମାରଙ୍କ ସୂଚନା ମୁତାବକ, କାଶ୍ମୀରରେ ରହୁଥିବା ବାହାର ରାଜ୍ୟର ଲୋକେ ମଧ୍ୟ ଏଠିକାର ନିର୍ବାଚନରେ ନିଜର ମତଦାନ କରିପାରିବେ । ତେଣୁ ସେମାନେ ଏଠାରେ ନିଜର ଭୋଟର ଲିଷ୍ଟ ବନାଇ ଭୋଟ ଦେଇପାରିବେ । ଏଥିପାଇଁ ସେମାନଙ୍କୁ କୌଣସି ଆବାସ ପ୍ରମାଣପତ୍ରର କୌଣସି ଆବଶ୍ୟକତା ନାହିଁ ।କେବଳ ଏତିକି ନୁହେଁ ଜମ୍ମୁ-କାଶ୍ମୀରର ସୁରକ୍ଷାରେ ନିୟୋଜିତ ସୁରକ୍ଷା କର୍ମୀମାନେ ମଧ୍ୟ ଏଠାରେ ନିଜର ଭୋଟର ଲିଷ୍ଟ ବନାଇ ଭୋଟ ଦେଇପାରିବେ । ନିର୍ବାଚନ ଅଧିକାରୀ ହୃଦେଶ କୁମାରଙ୍କ ସୂଚନା ମୁତାବକ, ଚଳିତ ବର୍ଷ ରାଜ୍ୟରେ ପାଖାପାଖି ୨୫ ଲକ୍ଷ ନୂଆଁ ଭୋଟରଙ୍କ ନାଁ ସାମିଲ ହେବାର ସମ୍ଭାବନା ରହିଛି । ଏଠାରେ ରହୁଥିବା ଅନ୍ୟ ରାଜ୍ୟର କର୍ମଚାରୀ ହୁଅନ୍ତୁ ଅବା ଛାତ୍ର, ଶ୍ରମିକ ଯେ କେହି ବି ଏଠାରେ ନିଜର ଭୋଟର ଲିଷ୍ଟ କରି ଭୋଟ ଦେଇପାରିବେ ।

Related Posts