ନିଜ ଦେଶର ନାଗରିକଙ୍କ ଲାଗି ପାକିସ୍ତାନ ସମ୍ପର୍କିତ ଏକ ଆଡଭାଇଜରୀ ଜାରି କଲା ଆମେରିକା: ଆତଙ୍କବାଦୀ ଆକ୍ରମଣ ଓ ସାମ୍ପ୍ରଦାୟିକ ହିଂସା ଆତଙ୍କ

ୱାସିଂଟନ : ଆମେରିକା ନିଜ ଦେଶର ନାଗରିକଙ୍କ ଲାଗି ପାକିସ୍ତାନ ସମ୍ପର୍କିତ ଏକ ଆଡଭାଇଜରୀ ଜାରି କରିଛି। ଏଥିରେ ଯେଉଁମାନେ ପାକିସ୍ତାନ ଯିବା ଲାଗି ଯୋଜନା ରଖିଛନ୍ତି ପୁଣି ଥରେ ଭଲକି ଭାବି ଦେଖନ୍ତୁ ବିଶେଷ କରି ଯେଉଁମାନେ ପାକିସ୍ତାନର ଅଶାନ୍ତ ପ୍ରଦେଶ ଯାତ୍ରା ଲାଗି ଯୋଜନା କରିଛନ୍ତି ଖାସ ସେମାନଙ୍କ ଲାଗି ଏହି ଆଡଭାଇଜରୀ ଜାରି ହୋଇଛି।

ଆମେରିକୀୟ ନାଗରିକଙ୍କୁ ଆତଙ୍କବାଦୀ ଆକ୍ରମଣ ଓ ସାମ୍ପ୍ରଦାୟିକ ହିଂସାରୁ ରକ୍ଷା କରିବା ପାଇଁ ଏହି ଆଡଭାଇଜରୀ ଜାରି ହୋଇଛି। ଆମେରିକା ବିଦେଶ ମନ୍ତ୍ରାଳୟ ଗୁରୁବାର ଆଡଭାଇଜରୀ ଜାରି କରି ପାକିସ୍ତାନର କିଛି ହାତଗଣତି ଅଞ୍ଚଳକୁ ନଯିବା ଲାଗି ସତର୍କ କରାଯାଇଛି। ଆଡଭାଇଜରୀ ଅନୁସାରେ ବଲୁଚିସ୍ତାନ, ପୂର୍ବ ସଂଘ ଶାସିତ କବାୟଲୀ କ୍ଷେତ୍ର,ଖୈବର ପୁକ୍ତନଖ୍ୱା ପ୍ରାନ୍ତ ଆଦିକୁ ନ ଯିବା ଲାଗି ଖୋଲାଖୋଲି କୁହାଯାଇଛି।

ନିକଟରେ ପାକିସ୍ତାନୀ ସେନା ହେଲିକପ୍ଟର ଏହି ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ତେବେ ଏହା ଦୁର୍ଘଟଣା ନୁହେଁ ହେଲିକପ୍ଟରକୁ ସ୍ଥାନୀୟ ଦଳ ଗୁଳି କରିଖସାଇଥିବା ଦାବି କରିଥିଲେ। ଦେଶରେ ଲଗାତାର ବଢୁଥିବା ଏଭଳି ଘଟଣା ଲାଗି ଆମେରିକା ନିଜ ନାଗରିକଙ୍କୁ ସମ୍ପୃକ୍ତ ଦେଶ ପରିଦର୍ଶନରେ ନଯିବା ଲାଗି ପରାମର୍ଶ ଦେଇଛି। ଆମେରିକା ଜାରି କରିଥିବା ଆଡଭାଇଜରୀ ଲେବୁଲ ୩ର ବୋଲି କୁହାଯାଇଛି। ଏଣୁ ଅତ୍ୟନ୍ତ ଜରୁରୀ ନଥିଲେ ଏହି ସବୁ ଅଞ୍ଚଳକୁ ଯାତ୍ରା ନ କରିବାକୁ କୁହାଯାଇଛି।

ଆମେରିକା ନିଜ ନାଗରିକଙ୍କୁ ଆତଙ୍କବାଦ ଓ ସଶସ୍ତ୍ର ସଂଘର୍ଷ ଆଶଙ୍କାରେ ନିୟନ୍ତ୍ରଣ ରେଖା (ଏଲଓସି) ଆଖପାଖକୁ ଯାତ୍ରା ନ କରିବାକୁ ମଧ୍ୟ ପରାମର୍ଶ ଦେଇଛି। ପରାମର୍ଶରେ ଆତଙ୍କବାଦୀ ବହୁତ କମ୍‌ ସମୟ ଅଥବା ବିନା କୌଣସି ସତର୍କତାରେ ଆକ୍ରମଣ କରିପାରନ୍ତି। ଏଥିରେ ସେମାନେ ପରିବହନ କେନ୍ଦ୍ର, ବଜାର, ସପିଙ୍ଗ ମଲ,ସୈନ୍ୟ ପ୍ରତିଷ୍ଠାନ, ବିମାନବନ୍ଦର, ବିଶ୍ୱବିଦ୍ୟାଳୟ, ପର୍ଯ୍ୟଟନ ସ୍ଥଳ, ସ୍କୁଲ, ହସ୍ପିଟାଲ ଓ ପୂଜାସ୍ଥଳକୁ ମଧ୍ୟ ଟାର୍ଗେଟ କରିପାରନ୍ତି ବୋଲି କୁହାଯାଇଛି।

Related Posts