ଶ୍ରୀମନ୍ଦିରରେ ନାବାଳକଙ୍କୁ ଯୌନ ନିର୍ଯାତନା ଅଭିଯୋଗ, ଗିରଫ ହେଲେ ଯାତ୍ରୀ ଗୁମାସ୍ତା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଜଣେ ନାବାଳକଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ପୁରୀ ଶ୍ରୀମନ୍ଦିର ସେବାୟତଙ୍କ ସହଯୋଗୀ ତଥା ଯାତ୍ରୀ ଗୁମାସ୍ତା ଗିରଫ ହୋଇଛନ୍ତି। ଗିରଫ ଯାତ୍ରୀ ଗୁମାସ୍ତା ଜଣକ ହେଲେ ହରଚଣ୍ଡିସାହିର ୪୨ ବର୍ଷିୟ ସୁଦର୍ଶନ ମିଶ୍ର। ସୂଚନା ଅନୁସାରେ, ଶ୍ରୀମନ୍ଦିର ଭିତରେ ପୂଜା ପଣ୍ଡା ନିଯୋଗ ଦ୍ୱାରା ପରିଚାଳିତ ସଂସ୍କୃତ ଟୋଲ୍‌ରେ ବେଦ ଶିକ୍ଷା କରୁଥିବା ଜଣେ ୧୩ ବର୍ଷିୟ ନାବାଳକଙ୍କୁ ସୁଦର୍ଶନ ଯୌନ ନିର୍ଯାତନା ଦେଇଥିବା ନେଇ ଅଭିଯୋଗ ଆସିିଥିଲା।

ସୁଯୋଗ ମିଳିବା ମାତ୍ରେ ସୁଦର୍ଶନ ତାଙ୍କୁ ଜବରଦସ୍ତି କୌଣସି ଆଢୁଆଳକୁ ଟେକି ନେଇ ଯୌନ ନିର୍ଯାତନା ଦେଉଥିଲେ ବୋଲି ସଂପୃକ୍ତ ନାବାଳକ ଜଣକ ଅଭିଯୋଗ କରିଥିଲେ। ଗତ ଦେଢ଼ ମାସ ଧରି ସେ ଏଭଳି କରୁଥିବା ନେଇ ନାବାଳକ ଜଣକ କହିଛନ୍ତି। ତେବେ ମଙ୍ଗଳବାର ଦିନ ନିଳାଦ୍ରୀ ବିହାର ମ୍ୟୁଜିୟମ ପାଖରେ ଯୌନ ନିର୍ଯାତନା ଦେବା ପରେ ନାବାଳକ ଜଣକ ସିଂହଦ୍ୱାର ଥାନାକୁ ଆସି ଏତଲା ଦେଇଥିଲେ।

ଏନେଇ ପୁରୀ ଅତିରିକ୍ତ ଏସ୍‌ପି ମିହିର ପଣ୍ଡା ଦେଇଥିବା ସୂଚନା ଅନୁସାରେ ସଂପୃକ୍ତ ନାବାଳକକୁ ଯୌନ ନିର୍ଯାତନା ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଯାତ୍ରୀ ଗୁମାସ୍ତା ସୁଦର୍ସନ ମିଶ୍ରଙ୍କୁ ପୋକ୍ସୋ ଆକ୍ଟ ଅଧୀନରେ ଗିରଫ କରାଯାଇଛି।

Related Posts