ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବଡ ଘୋଷଣା: ୧୦୦ ଦିନରେ ୧୦ ହଜାରରୁ ଊର୍ଦ୍ଧ୍ବ ଯୁବକ-ଯୁବତୀଙ୍କୁ ମିଳିବ ସରକାରୀ ଚାକିରି

ଉତ୍ତର ପ୍ରଦେଶ: ଦ୍ଵିତୀୟ ଥର ପାଇଁ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଆସନ ଅଧିଗ୍ରହଣ କରିଛନ୍ତି ଯୋଗୀ ଆଦିତ୍ୟନାଥ | ତେବେ ଆସନ ଗ୍ରହଣ କରିବା ପରେ ଭୋଟରଙ୍କୁ ଦେଇଥିବା ପ୍ରତିଶୃତି ପୁରଣନ କରିବାରେ ଲାଗିଛନ୍ତି ଯୋଗୀ | ଗୁରୁବାର ରାଜ୍ୟବାସୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ରାଜ୍ୟର ସମସ୍ତ ଚୟନ ଆୟୋଗ, ବୋର୍ଡଙ୍କ ଅଧ୍ୟକ୍ଷଙ୍କ ସହିତ ବୈଠକ କରିଛନ୍ତି। ଏହି ସମୟରେ ଯୋଗୀ ସମସ୍ତ ସେବା ଚୟନ‌ ବୋର୍ଡକୁ ୧୦୦ ଦିନର ଲକ୍ଷ୍ୟ ନେଇ ୧୦ ହଜାରରୁ ଊର୍ଦ୍ଧ୍ବ ରାଜ୍ୟର ଯୁବକ-ଯୁବତୀଙ୍କୁ ସରକାରୀ ଚାକିରି ଦେବାକୁ କହିଛନ୍ତି।

ବୈଠକରେ ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ଯେ, ଭର୍ତ୍ତି ପ୍ରକ୍ରିୟାରେ ସଂରକ୍ଷଣ ନିୟମ ପୂର୍ଣ୍ଣତଃ ପାଳନ କରାଯିବ। ଭର୍ତ୍ତି ପ୍ରକ୍ରିୟାକୁ ସୂଚିତାପୂର୍ଣ୍ଣ, ପାରଦର୍ଶୀ, ନିଷ୍ପକ୍ଷ ଓ ଭ୍ରଷ୍ଟାଚାର ମୁକ୍ତ କରିବା ପାଇଁ ସତର୍କତା ଅବଲମ୍ବନ କରାଯିବ। ଏଥି ସହିତ ପ୍ରାର୍ଥୀଙ୍କୁ ଭେରିଫିକେଶନ ଠିକ ସମୟରେ କରାଯିବ। ଭର୍ତ୍ତି ପରୀକ୍ଷାକୁ ସମ୍ବନ୍ଧିତ ସଂସ୍ଥା ଶାସନ, ସଂପର୍କିତ ବିଭାଗ ଓ ଜିଲ୍ଲା ପ୍ରାଶାସନ ସହିତ ଆଲୋଚନା କରି ପୂରା କରାଯିବ। ମୁଖ୍ୟମନ୍ତ୍ରୀ ଯୋଗୀ ଭର୍ତ୍ତି ପ୍ରକ୍ରିୟାକୁ ନେଇ ଅଧିକାରୀମାନଙ୍କୁ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ପୂର୍ବରୁ ଖରାପ ରେକର୍ଡ ଥିବା କେନ୍ଦ୍ରଗୁଡିକ ପରୀକ୍ଷା କେନ୍ଦ୍ର ନହେଉ। ନିଯୁକ୍ତି ପରୀକ୍ଷାର ଅବଧିକୁ କମ କରିବା ପାଇଁ ଚେଷ୍ଟା କରାଯିବା ଉଚିତ। ଏହା ସହିତ ନିଯୁକ୍ତି ପ୍ରକ୍ରିୟାକୁ ସରଳ ଓ ନିର୍ଦ୍ଧାରିତ ସମୟରେ ଶେଷ କରାଯାଉ। ନିଯୁକ୍ତି ଲାଗି ପରୀକ୍ଷାରେ ଅଧିକରୁ ଅଧିକ ଟେକ୍ନୋଲୋଜିର ଅଧିକ ପ୍ରୟୋଗ କରାଯାଉ।

Related Posts