ଲକ୍ଷ୍ନୌ: ଗୋଟିଏ ପଟେ ଦେଶରେ ହ୍ରାସ ପାଉଥିବା ସଂକ୍ରମଣ କୁ ନେଇ ଆଶ୍ୱସ୍ତି କର ଖବର ସାମ୍ନାକୁ ଆସୁଥିବା ବେଳେ, ଏବେ ରାଜଧାନୀରେ ବଢ଼ୁଥିବା ସଂକ୍ରମଣ କୁ ନେଇ ଚିନ୍ତା ପ୍ରକାଶ ପାଇଛି । ତେବେ ଏହାରି ମଧ୍ୟରେ ଉତ୍ତର ପ୍ରଦେଶରେ ଘାରିଲାଣି ହେପାଟାଇଟି ସି ଆତଙ୍କ । ବିଶୁଦ୍ଧ ଜଳ ଯୋଗୁ ହେପାଟାଇଟି ସି ରୋଗରେ ପଡ଼ୁଛନ୍ତି ଲୋକେ। ଉତ୍ତର ପ୍ରଦେଶ ଆସ୍‌ମୋଲୀ ଅଞ୍ଚଳର ରାମନଗର ଗାଁରେ ୧୨୯ ଜଣ ହେପାଟାଇଟିସ ସି ରେ ପୀଡ଼ିତ ହୋଇଛନ୍ତି। ଏଠାରେ ୨୩୩ ଲୋକଙ୍କର ପରୀକ୍ଷା କରାଯାଇଥିଲା ସେଥିମଧ୍ୟରୁ ୧୨୯ ଲୋକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ଏକାଥରେ ୧୨୯ ଲୋକ ପଜିଟିଭ୍ ଚିହ୍ନଟ ହେବା ପରେ ତତ୍‌ପର ହୋଇଛି ପ୍ରଶାସନ। ଉକ୍ତ ଅଞ୍ଚଳରେ ପିଏଚ୍‌ସି(ପ୍ରାଥମିକ ଚିକିତ୍ସା କେନ୍ଦ୍ର) ଖୋଲି ଲୋକଙ୍କ ଚିକିତ୍ସା କରାଯାଉଛି। ଗାଁରେ ଏତେ ସଂଖ୍ୟକ ରୋଗୀ ଚିହ୍ନଟ ହେବା ନେଇ ସୂଚନା ଦେଇଛନ୍ତି ପିଏଚ୍‌ସି ଦାୟିତ୍ୱରେ ଥିବା ଡା. ମନୋଜ ଚୌଧୁରୀ।

ସେ ରୋଗ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ହେପାଟାଇଟିସ୍ ସି ହେଉଛି ଏକ ଭୂତାଣୁଜନିତ ସଂକ୍ରମଣ। ଯାହା ରକ୍ତଦ୍ୱାରା ସଂକ୍ରମିତ ହୋଇଥାଏ। ରାମନଗର ଗାଁରେ ୧୨୯ ପଜିଟିଭ୍ ଚିହ୍ନଟ ହେବା ପରେ ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ୍‌ ମନୀଷ ବନସଲ ଉକ୍ତ ଅଞ୍ଚଳରେ ଜଳ ସ୍ୱଚ୍ଛକରଣର ବ୍ୟବସ୍ତା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏନେଇ ଡିଏମ୍ କହିଛନ୍ତି “ପଜିଟିଭ୍ ଚିହ୍ନଟ ହୋଇଥିବା ଲୋକମାନଙ୍କର ଉଚିତ୍ ଚିକିତ୍ସା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତା ସହିତ ଗାଁ ଲୋକମାନଙ୍କ ପାଖକୁ ସ୍ୱଚ୍ଛ ଜଳ ଯୋଗାଣ ପାଇଁ ମଦ୍ୟ ବ୍ୟବସ୍ଥା କରାଯାଉଛି। ଏବା ବାଦ୍ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ମଧ୍ୟ ଘଟଣା ଉପରେ ନଜର ରଖିଛନ୍ତି। ମାଟି ତଳେ ପାଣି ପ୍ରଦୂଷିତ ହୋଇଥିବା ଜଣାପଡ଼ିବା ପରେ ଉକ୍ତ ଏରିଆରେ ପାଣିର ପରୀକ୍ଷା କରାଯାଉଛି ।