ଉତ୍ତରପ୍ରଦେଶରେ ଦୁଃଖଦ ଘଟଣା: ଲୋକଲଜ୍ୟା ଭୟରେ ଦୁଷ୍କର୍ମ ପୀଡ଼ିତା ନାବାଳିକା ଝିଅର ତଣ୍ଟି ଚିପି ହତ୍ୟା କଲା ବାପା

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ମହରାଜଗଞ୍ଜ ଜିଲ୍ଲାରେ ଘଟିଛି ଏକ ଅଭାବନୀୟ ଘଟଣା । ଜଣେ ବାପା ନିଜ ଝିଅକୁ ହତ୍ୟା କରିଚି । ସେ ପୁଣି ମାନସିକ ଭାରସାମ୍ୟ ହରାଇ ଦୁଷ୍କର୍ମର ଶିକାର ହୋଇଥିବା ଝିଅକୁ ଗଳା ଚିପି ହତ୍ୟା କରିଚି । ଯେଉଁ ଘଟଣା ସାମ୍ନାକୁ ଆସିବା ପରେ ଅଞ୍ଚାଲରେ ଦୁଃଖରଲହର ଖେଳି ଯାଇଛି ।

କୋଲହୁଇ ଥାନା ଅଞ୍ଚଳସ୍ଥ ଗ୍ରାମ ନିକଟରେ ଥିବା ସାଇଫନରେ ଗତ ମାର୍ଚ୍ଚ ୧୪ ତାରିଖରେ ଜଣେ ବାଳିକାଙ୍କ ମୃତଦେହ ମିଳିଥିଲା। ବାଳିକାଙ୍କ ହତ୍ୟା ମାର୍ଚ୍ଚ ୧୧ରେ କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ଘଟଣା ଘଟିଥିବା ଦିନ ଦୁଷ୍କର୍ମକାରୀ ୧୨ବର୍ଷ ଝିଅକୁ ଦୁଷ୍କର୍ମ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ତେବେ ଝିଅ ଦୁଷ୍କର୍ମର ଶିକାର ହୋଇଥିବା ଜାଣିବା ପରେ ପୀଡିତାଙ୍କ ପିତା କ’ଣ କରିବେ କିଛି ବୁଝି ପାରି ନଥିଲେ। ସେ ଝିଅର ଏଭଳି ଅବସ୍ଥାରେ ସାହାସ ହୋଇ ଛିଡ଼ା ହେବା ବଦଳରେ ଲୋକ ଲଜ୍ୟା ଭୟରେ ଗଳା ଚିପି ହତ୍ୟା କରିବାକୁ ପଛାଇ ନଥିଲେ। ହତ୍ୟା କରିବା ପରେ ଘର ପଛପଟେ ଥିବା ଏକ କେନାଲରେ ଝିଅର ମୃତଦେହକୁ ପିଙ୍ଗି ଦେଇଥିଲେ। ଏଥିସହିତ ପୁଅକୁ ପାଟି ଚୁପ୍ କରିବା ନେଇ ଧମକ ଦେଇଥିଲେ । ଯେପରି ସେ ଏହି ଘଟଣା ବିଷୟରେ ଯେମିତି କାହାକୁ କିଛି ନକୁହେ।

ଝିଅକୁ କିଛିଦିନ ହେବ ଦେଖିବାକୁ ନପାଇବାରୁ ପଡ଼ିଶାଘର ଲୋକଙ୍କୁ ସନ୍ଦେହ ହେବାରୁ ସେମାନେ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପୀଡିତାଙ୍କ ବାପା ଓ ଭାଇକୁ ଉଠାଇ ନେଇଥିଲା। ଥାନାରେ ଦୁହିଁଙ୍କୁ ପଚରାଉଚରା କରିବା ପରେ ପୁଅ ଓ ବାପା କଥାରେ ତାଳମେଳ ରହି ନଥିଲା। ଶେଷରେ ପୁଲିସ ପୁଅକୁ ଧମକ ଦେଇ ପଚାରିବାରୁ ସେ ସବୁ ସତ ଓଗାଳି ଦେଇଥିଲା । ଏହି ଘଟଣା ପ୍ରଘଟ ହେବା ପରେ ସ୍ଥାନୀୟ ଅଂଚଳରେ ଶୋକ ର ଛୟା ଖେଳି ଯାଇଛି। ଭିନ୍ନ ଭିନ୍ନ ମହଲରୁ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି ।

Related Posts