ଡେରାଡୁନ: ଥରିଲା ଉତ୍ତରାଖଣ୍ଡ । ପିଥୋରଗଡ଼ରେ ସାମାନ୍ୟ ଭୂମିକମ୍ପ ଅନୁଭୁତ ହୋଇଛି । ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୩.୬ ରହିଥିଲା । ମଧ୍ୟାହ୍ନ ୧୨.୫୫ରେ ଭୂମିକମ୍ପ ଝଟକା ଅନୁଭୁତ ହୋଇଥିବା ନେଇ ଜାତୀୟ ସେସମୋଲୋଜି ସେଣ୍ଟର ପକ୍ଷରୁ ସୂଚନା ଦିଆଯାଇଛି ।
ପ୍ରାୟ ୫ କିମି ପରିଧିରେ ଝଟକା ଅନୁଭବ କରିଥିଲେ ସ୍ଥାନୀୟ ଲୋକେ ।
ସେପଟେ ଆଜି ଜମ୍ମୁ ଓ କାଶ୍ମୀରର ଦକ୍ଷିଣ-ଦକ୍ଷିଣପଶ୍ଚିମ ଅଞ୍ଚଳରେ ଥିବା ହାନ୍ଲୀ ଗ୍ରାମରେ ମଧ୍ୟ ଭୁମିକମ୍ପ ଅନୁଭୁତ ହୋଇଥିଲା । ଏହାକୁ ମଧ୍ୟ ୫ କିମି ପରିଧିରେ ଅନୁଭବ କରିଥିଲେ ସ୍ଥାନୀୟ ଲୋକେ ।
ତେବେ ଉଭୟ ସ୍ଥାନରେ ହୋଇଥିବା ଭୂକମ୍ପ ରେ କାହାର କିଛି ଖୟକ୍ଷତି ହେବା ନେଇ ସୂଚନା ମିଳିନାହିଁ ।
