ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଓ ତାଙ୍କ ପତ୍ନୀଙ୍କ ବିରୋଧରେ ଆଚରଣ ବିଧି ଉଲ୍ଲଂଘନର ଅଭିଯୋଗ

ଉତ୍ତରାଖଣ୍ଡ(ସତ୍ୟପାଠ ବ୍ୟୁରୋ): ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନର ମୋଟ ୭୦ଟି ଆସନରେ ମତଦାନ ଜାରି ରହିଛି । ଏହା ମଧ୍ୟରେ ରାଜ୍ୟର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଓ ତାଙ୍କ ପତ୍ନୀ ଗୀତାଙ୍କ ବିରୋଧରେ ଆଚରଣ ବିଧି ଉଲ୍ଲଂଘନ କରିଥିବାର ଅଭିଯୋଗ ହୋଇଛି । ଏଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ତେବେ ଧାମି ଓ ତାଙ୍କ ପତ୍ନୀ ପୋଲିଂ ବୁଥରେ ବିଜେପି ଚିହ୍ନ ଓ ରଙ୍ଗ ଥିବା ର୍ସ୍କାଫ ପିନ୍ଧିଯାଇଥିବା ନଜର ଆସିଛନ୍ତି । ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ଅନ୍ୟପଟେ ନିର୍ବାଚନ ଆୟୋଗଙ୍କ ଆଚରଣ ବିଧି ଅନୁସାରେ ପୋଲିଂ ବୁଥ ଆଖପାଖ ଅଞ୍ଚଳରେ ପୋଷ୍ଟର, ପତାକା କିମ୍ବା ଦଳ କୌଣସି ପ୍ରତୀକ ଚିହ୍ନ ପ୍ରଦର୍ଶନ କରିବାକୁ ବାରଣ କରାଯାଇଥିଲା । ଏହା ସତ୍ତ୍ୱେ ମଧ୍ୟ ମୁଖ୍ୟମନ୍ତ୍ରୀ ଧାମୀ ଏବଂ ତାଙ୍କ ପତ୍ନୀ ଗୀତା ପୋଲିଂ ବୁଥରେ ବିଜେପିର ଚିହ୍ନ ଥିବା ର୍ସ୍କାଫ ପିନ୍ଧି ପ୍ରଚାର କରୁଥିବାର ଦେଖିବାକୁ ମିଳିଛି । ହେଲେ ଏହି ଅଭିଯୋଗକୁ ୁଭୟ ଖଣ୍ଡନ କରିଥିବାର ଦେଖିବାକୁ ମିଳିଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୀତି ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts