
ଗୋରଖପୁର(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମତଦାନ ଚାଳିଛି । ସେପଟେ ଉତ୍ତରାଖଣ୍ଡରେବି ମଧ୍ୟ ମତଦାନ ଚାଲିଛି । ଏଭଳି ପରିସ୍ଥିତିରେ ଉଭୟ ରାଜ୍ୟରେ କିଛି ବୁଥ୍ ଅଛି ଯେଉଁଠାରେ ଗୋଟିଏ ବି ଭୋଟ୍ ଦିଆଯାଇ ନଥିଲା। ତେବେ ଉତ୍ତରାଖଣ୍ଡ ବିଷୟରେ ଯଦି ଆମେ କହିବା ତାହାଲେ ବଡ଼କୋଟର ୟମୁନେତ୍ରୀ ବିଧାନସଭା ଆସନରେ ଲୋକମାନେ ନିର୍ବାଚନକୁ ବହିଷ୍ପାର କରିଛନ୍ତି । ବୁଥ୍ ନଂ ୧୫୮ ରେ ରାସ୍ତା ପାଇଁ ଦାବି କରିଥିଲେ ଗାଁ ଲୋକେ । ହେଲେ ତାଙ୍କ ଦାବି ପୂରଣ ହୋଇନଥିଲା । ତେଣୁ ସେମାନେ ନିର୍ବାଚନକୁ ପ୍ରତ୍ୟାହାର କରିଛନ୍ତି । ସେପଟେ ଉତ୍ତରପ୍ରଦେଶରେ ମଧ୍ୟ ଲୋକମାନେ ଭୋଟ ବର୍ଜନ କରିଥିବାର ଦେଖିବାକୁ ମିଳିଛି । ତେବେ ୟୁପିର ଶାହାଜାହାନପୁରର ତେଲହରରେ ବୁଥରେ ଭୋଟରମାନେ ଭୋଟ ଦେବାକୁ ମନା କରିଦେଇଛନ୍ତି ।
ତେଲହର ଗ୍ରାମବାସୀ ରାସ୍ତା ପାଇଁ ଦୀର୍ଘଦିନ ଧରି ଦାବି କରିଆସୁଥିଲେ । ହେଲେ ତାଙ୍କ ଦାବି ମଧ୍ୟ ଶୁଣାଯାଇନଥିଲା । ତେଣୁ ସେମାନେ ଭୋଟ ବର୍ଜନ କରିଛନ୍ତି ବୋଲି ସୂଚନା ମିଳିଛି । ଏପରିକି ବିକାଶମୂଳକ କାର୍ୟ୍ୟ ଅଭାବରୁ ଗ୍ରାମବାସୀଙ୍କୁ କ୍ରୋଧିତ ହୋଇ ଏପରି କରିଥିବାର କୁହାଯାଉଛି। ସେଥିପାଇଁ ସେ ଭୋଟ୍ ଦେବାକୁ ଚାହୁଁନାହାଁନ୍ତି। ଏଥିସହିତ ଗ୍ରାମବାସୀ ପୋଲିସ ଏବଂ ସେକ୍ଟର ମାଜିଷ୍ଟ୍ରେଟଙ୍କୁ ଜବରଦସ୍ତ ୩ ଭୋଟ୍ ଦେଇଥିବା ଅଭିଯୋଗ କରିଛନ୍ତି। ଗଣତନ୍ତ୍ରରେ ନିର୍ବାଚନ ସାଧାରଣ ଲୋକଙ୍କ ଅସ୍ତ୍ର ଭାବରେ ବିବେଚନା କରାଯାଏ। କିନ୍ତୁ ଏଭଳି ପରିସ୍ଥିତିରେ, ବିକାଶ କାର୍ୟ୍ୟର ଅଭାବ ହେତୁ ଲୋକମାନେ ଭୋଟ୍ ଦେଉନାହାଁନ୍ତି, ତାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି ।