ଉତ୍ତରାଖଣ୍ଡ ପିଲିଟିକ୍ସ; ୬୦ ଅଧିକ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିପାରେ କଂଗ୍ରେସ !

ଉତ୍ତରାଖଣ୍ଡ(ସତ୍ୟପାଠ ବ୍ୟୁରୋ): ଉତ୍ତରାଖଣ୍ଡ ନିର୍ବାଚନରେ ପ୍ରଥମେ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିବାରେ ପଛରେ ପଡ଼ିଛି । ଗତକାଲି ବିଜେପି ନିଜର ପ୍ରଥମ ପର୍ଯ୍ୟାୟର ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଥିବାର ଦେଖିବାକୁ ମିଳିଛି । ଏହା ମଧ୍ୟରେ ଆଜି କଂଗ୍ରେସ ନିଜର ପ୍ରଥମ ପର୍ଯ୍ୟାୟର ପ୍ରାର୍ଥୀ ଘୋଷଣା କରିବ ବୋଲି ସୂଚନା ମିଳିଛି । ସେପଟେ କେନ୍ଦ୍ରୀୟ ନିର୍ବାଚନ କମିଟିର ବୈଠକ ପରେ ପ୍ରାୟ ୬୦ରୁ ଅଧିକ ଟିକେଟ ଚୂଡ଼ାନ୍ତ ହୋଇଥିବାର କଥା ସାମ୍ନାକୁ ଆସିଛି । ଅନ୍ୟପଟେ ଡିସେମ୍ପର ସୁଦ୍ଧା କଂଗ୍ରେସ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିବ ବୋଲି ସ୍ପଷ୍ଟ କରିଥିଲା । ପରେ ଏହାକୁ ଘୁଞ୍ଚାଇ ଜାନୁଆରୀ ପ୍ରଥମ ସପ୍ତାହକୁ ନିଆଯାଇଥିଲା ।

କିନ୍ତୁ ବିଜେପି ବାଜି ମାରିନେଇଛି । ଗତକାଲି ୫୯ ଜଣ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ଘୋଷଣା କରି କଂଗ୍ରେସକୁ ପଛରେ ପକାଇଛି । ସେପଟେ ଅଧିକାଂଶ ଆସନ ପାଇଁ ପ୍ରାର୍ଥୀ ଚୟନକୁ ନେଇ ସହମତି ପ୍ରକାଶ ପାଇଛି । ସମସ୍ତ ୭୦ ଟି ସିଟ୍ ପାଇଁ ଗୋଟିଏ ପରେ ଗୋଟିଏ ପ୍ରାର୍ଥୀଙ୍କୁ ସାକ୍ଷାତକାର କରିବା ପରେ କେନ୍ଦ୍ରୀୟ ନିର୍ବାଚନ କମିଟିରେ ଏହାର ରିପୋର୍ଟ ଦାଖଲ କରାଯାଇଛି । ତେବେ ଆଜି ପ୍ରାୟ ୬୦ରୁ ଅଧିକ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯିବ । ଏହା ସହ ପ୍ରଥମ ତାଲିକାରେ କଂଗ୍ରେସ ରାଜ୍ୟ ସଭାପତି ଗଣେଶ ଗୋଦିଆଲ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତଙ୍କ ନାମ ରହିବ ବୋଲି ସୂଚନା ମିଳିଛି ।

Related Posts