୨୦୧୭ରେ ଘୋଷଣା ହୋଇଥିଲା ଖୋଲା ମଳତ୍ୟାଗ ମୁକ୍ତ ରାଜ୍ୟ, ଏବେ ଉତ୍ତରାଖଣ୍ଡର ୬୬ହଜାର ଘରେ ନାହିଁ ଶୌଚାଳୟ

୨୦୧୭ ଜୁନ୍‌ 22 ତାରିଖରେ ଉତ୍ତରାଖଣ୍ଡକୁ ଖୋଲା ମଳତ୍ୟାଗ ମୁକ୍ତ ରାଜ୍ୟ ଭାବେ ଘୋଷଣା କରାଯାଇଥିଲା । କିନ୍ତୁ ଏବେ ସାମ୍ନାକୁ ଆସିଛି ଏହି ଘୋଷଣାର ଅସଲ କଥା । ଏବେ ରାଜ୍ୟର ୬୬ହଜାର ଘରେ ଶୌଚାଳୟ ନାହିଁ । ସ୍ୱଚ୍ଛ ଭାରତ ଅଭିଯାନରେ ଭାରତ ସରକାର ସବୁ ଘରେ ଶୌଚାଳୟ ତିଆରି କରିବା ନେଇ ଘୋଷଣା କରିବା ସହ ଏ ନେଇ ଲୋକମାନଙ୍କୁ ଅର୍ଥ ଯୋଗାଇ ଦେଇଥିଲେ ।

ଉତ୍ତରାଖଣ୍ଡରେ ମଧ୍ୟ ଏହି ଯୋଜନାରେ ବ୍ୟାପକ ଅର୍ଥ ବଣ୍ଟନ ହୋଇଥିଲା । ରାଜ୍ୟରେ ୬୫,୬୬୪ ଘରେ ଶୌଚାଳୟ ତିଆରି ପାଇଁ ଅର୍ଥ ଯୋଗାଇ ଦିଆଯାଇଥିଲା । ଆଉ ଏହା ପରେ ୨୦୧୭ରେ ଉତ୍ତରାଖଣ୍ଡକୁ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ଖୋଲା ମଳତ୍ୟାଗ ମୁକ୍ତ ବୋଲି ଘୋଷଣା କରିଥିଲେ । କିନ୍ତୁ ଏବେ ସୂଚନା ଅଧିକାର ଆଇନ ମାଧ୍ୟମରେ ମିଳିଥିବା ସୂଚନା ଏହି ଘୋଷଣାକୁ ମିଛ ବୋଲି ପ୍ରମାଣିତ କରିଛି ।

ପ୍ରତି ଘରକୁ ଶୌଚାଳୟ ନିର୍ମାଣ ପାଇଁ ୧୨ହଜାର ଟଙ୍କା ଲେଖାଏଁ ଦିଆ ଯାଉଛି । କିନ୍ତୁ ଏବେ ସୂଚନା ଅଧିକାର ଆଇନ ବଳରେ ଆସିଥିବା ତଥ୍ୟରେ ରାଜ୍ୟର କେଉଁ ଜିଲ୍ଲାରେ କେତୋଟି ଶୌଚାଳୟର ଆବଶ୍ୟକତା ରହିଛି ତାହା ଜଣାଯାଇଛି ।

ପୌରୀରେ ୫,୦୮୫, ବାଗେଶ୍ୱର ୧,୦୮୭, ଚମ୍ପାଓ୍ଵତ୍‌ରେ ୩,୩୦୨, ହରିଦ୍ୱାରରେ ୮,୨୦୩, ଉଧମ୍‌ ସିଂହ ନଗରରେ ୧୭,୦୦୪, ପିଠୋରାଗଡ଼ରେ ୩,୧୧୨, ଟେହ୍‌ରିରେ ୫,୮୦୧, ରୁଦ୍ରପ୍ରୟାଗରେ୨,୨୦୦, ଡେରାଡୁନ୍‌ରେ ୩୩୫ ଏବଂ ଉତ୍ତରାକ୍ସିରେ ୬,୫୨୮ଟି ଶୌଚାଳୟ ତିଆରି ହେବାକୁ ବାକିଥିବା କୁହାଯାଇଛି ।

ଅର୍ଥାତ୍‌ ଏହି ସବୁ ଜିଲ୍ଲାରେ ଏତେ ସଂଖ୍ୟାରେ ଶୌଚାଳନ ନ ଥିବାବେଳେ କେମିତି ରାଜ୍ୟକୁ ବାହ୍ୟ ମଳତ୍ୟାଗମୁକ୍ତ ଘୋଷଣା କରାଗଲା ତାକୁ ନେଇ ଉଠିଛି ପ୍ରଶ୍ନ ।

Related Posts