ଖୁବଶୀଘ୍ର ରାଜ୍ୟସଭାରେ ବିଶୃଙ୍ଖଳା କରୁଥିବା ସାଂସଦଙ୍କ ବିରୋଧରେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ: ବାଚସ୍ପତି

venkeya naidu

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ମୌସୁମୀ ଅଧିବେଶନର ଆରମ୍ଭରୁ ହିଁ ବିରୋଧୀ ଦଳ ହଟ୍ଟଗଳ କରିଆସୁଛନ୍ତି । ତେବେ ଅଧିବେଶନର ଶେଷ ଦିନରେ ରାଜ୍ୟ ସଭାରେ ହୋଇଥିବା ହଟ୍ଟଗଳ ସୀମା ଟପି ଯାଇଥିଲା । ଏପରିକି ପରିସ୍ଥତିକୁ ଆୟତ୍ତ୍ୱ କରିବା ପାଇଁ ମାର୍ଶଲ ମାନଙ୍କୁ ଡକା ଯାଇଥିଲା । ଯାହାକି ଗୃହର ଗାରିମାକୁ ଆଘାତ ଦେଇଛି ବୋଲି ସରକାର କହିଥିଲେ । ତେବେ ବିରୋଧୀ ସାଂସଦଙ୍କ ଅସଦାଚରଣ ଆଚରଣ ଉପରେ ଖୁବ ଶୀଘ୍ର ରାଜ୍ୟସଭା ବାଚସ୍ପତି ନିଷ୍ପତ୍ତି ନେବେ ବୋଲି ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ ଏଥିପାଇଁ କ ପୁଙ୍ଖାନୁପୁଙ୍ଖ ଅଧ୍ୟୟନ କରାଯାଉଛି । ଏହି ମାମଲା ଅଧିକାର କମିଟିକୁ ପଠାଯାଇପାରେ କିମ୍ବା ଏକ ନୂତନ କମିଟି ମଧ୍ୟ ଗଠନ କରାଯାଇପାରେ ବୋଲି ସୂଚନା ମିଳିଛି । ଅପରିପକ୍ଷରେ ଭେଙ୍କେୟା ନାଇଡୁ କହିଛନ୍ତି ଯେ ଗୃହରେ ଉଭୟ ପକ୍ଷଙ୍କୁ ସମାନ ସମ୍ମାନ ଦିଆଯାଉଛି ।

ମୁଁ ସବୁବେଳେ କହିଛି ଯେ ଗୃହର ସୁଗମ କାର୍ଯ୍ୟ ପାଇଁ ଉଭୟ ଦଳର ସାମୂହିକ ଦାୟିତ୍ୱ ରହିଛି । ସଂସଦରେ ଉତ୍ତେଜନା ପ୍ରସଙ୍ଗରେ ଚେୟାରମ୍ୟାନ୍ ନାଇଡୁ କହିଛନ୍ତି ଯେ ବିଧାନସଭା ବିତର୍କ ଏବଂ ଆଲୋଚନା ପାଇଁ ଏବଂ ଗୃହର ବାହାରେ ରାଜନୈତିକ ଯୁଦ୍ଧ ହେବା ଉଚିତ ନୁହେଁ ବୋଲି କହିଛନ୍ତି । ଏହା ସହ ମୈସୁମୀ ଅଧିବେଶନରେ ରାଜ୍ୟସଭାରେ କିଛି ଅଯଥା ଘଟଣା ବିରୋଧରେ କାର୍ଯ୍ୟାନୁଷ୍ଠାନ ଉପରେ ବିଚାରକୁ ନେଇ ନାଇଡୁ କହିଛନ୍ତି ଯେ ବିସ୍ତୃତ ବିଚାର ପରେ ଶୀଘ୍ର ଉପଯୁକ୍ତ ନିଷ୍ପତ୍ତି ନିଆଯିବ। ଗୃହର ଚୟନ କମିଟିକୁ ବିଲ୍ ପଠାଇବା ଉପରେ ମଧ୍ୟ ସେ ନିଜର ମତ ରଖିଥିଲେ। ସେ କହିଛନ୍ତି ଯେ ଯେତେବେଳେ ବି ଗୃହରେ ଏଭଳି ପ୍ରସଙ୍ଗରେ ମତଭେଦ ଦେଖାଯାଇଥାଏ । ସେତେବେଳେ ଗୃହ ସାମୂହିକ ନିଷ୍ପତ୍ତି ନେଇଥାଏ । କୌଣସି ଦଳ ଏଥିପାଇଁ ଗୃହ ଉପରକୁ ଚାପ ପକାଇ ପାରିବେ ନାହିଁ ।

ସେପଟେ ସରକାର ଅଗଷ୍ଟ ୧୧ ରେ ରାଜ୍ୟସଭାରେ ହୋଇଥିବା ଉତ୍ତେଜନା ସମ୍ପର୍କରେ ଅଧ୍ୟକ୍ଷଙ୍କ ନିକଟରେ ଏକ ରିପୋର୍ଟ ଦାଖଲ କରିଛନ୍ତି। ଏଥିରେ କୁହାଯାଇଛି ଯେ ସିପିଆଇ ସାଂସଦ ଇଲାମାରନ କରିମ ପୁରୁଷ ମାର୍ଶଲଙ୍କ ସହ ଅଶ୍ଳୀଳତା କରିଛନ୍ତି। ଏଥି ସହ କଂଗ୍ରେସ ସାଂସଦ ଫୁଲୋ ଦେବୀ ନେତମ ଏବଂ ଛାୟା ଭର୍ମା ମହିଳା ମାର୍ଶଲଙ୍କୁ ଟାଣି ନେଇ ନିର୍ଯ୍ୟାତନା ଦେଇଥିଲେ। ଭେଙ୍କୟା ନାଇଡୁଙ୍କୁ ପ୍ରଦାନ କରାଯାଇଥିବା ରିପୋର୍ଟରେ କୁହାଯାଇଛି ଯେ ଯେତେବେଳେ ଗୃହର ନେତା ପୀୟୁଷ ଗୋୟଲ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲଦ ଯୋଶୀ ବାଚସ୍ପତିଙ୍କ ଚାମ୍ବରରୁ ନିଜ ଆସନକୁ ଯାଉଥିଲେ । ଠିକ ସେତିକି ସମୟରେ ତୃଣମୂଳ କଂଗ୍ରେସର ସାଂସଦ ଡୋଲା ସେନା ସେମାନଙ୍କ ରାସ୍ତା ଅବରୋଧ କରି ସେମାନଙ୍କୁ ଠେଲିବାକୁ ଚେଷ୍ଟା କରିଥିଲେ ।

Related Posts