ଭେଟରାନ ତେଲୁଗୁ ଅଭିନେତା କୈକଲା ସତ୍ୟନାରାୟଣଙ୍କ ପରଲୋକ

ଭୁବନେଶ୍ୱର,୨୩/୧୨(ସତ୍ୟପାଠ ବ୍ୟୁରୋ): ତେଲୁଗୁ ସିନେମା ଦୁନିଆର ଭେଟରାନ ଅଭିନେତା କୈକଲା ସତ୍ୟନାରାୟଣଙ୍କ ପରଲୋକ ହୋଇଛି। ଶୁକ୍ରବାର ହାଇଦ୍ରାବାଦ ସ୍ଥିତ ବାସଭବନରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ଏହି ଦିଗ୍ଗଜ କଳାକାର। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା। ତେବେ ଗତ କିଛି ମାସରୁ ସେ ଅନେକ ସ୍ବାସ୍ଥ୍ୟ ସମସ୍ୟା ପୀଡ଼ିତ ତଲେ।ତେବେ ସତ୍ୟନାରାୟଣଙ୍କ ଦେହାନ୍ତ ପରେ ସିନେମା ଇଣ୍ଡଷ୍ଟ୍ରୀରେ ଶୋକ ଖେଳିଯାଇଛି। ଆସନ୍ତାକାଲି କୈକଲାଙ୍କ ଅନ୍ତିମ ସଂସ୍କାର ହେବ। ତେବେ ସେଲିବ୍ରିଟି ତଥା ତାଙ୍କର ଫ୍ୟାନ୍‌ମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

କୈକଲା ସତ୍ୟନାରାୟଣ ତେଲୁଗୁ ସିନେମାର ଜଣେ ପ୍ରଖ୍ୟାତ କଳାକାର ଭାବରେ ଜଣାଶୁଣା। ସେ ୭୫୦ ରୁ ଅଧିକ ଫିଲ୍ମରେ କାମ କରିଛନ୍ତି। ମହେଶ ବାବୁଙ୍କ ଠାରୁ ଆରମ୍ଭ କରି ଏନଟିଆର ଏବଂ ୟଶଙ୍କ ସହ କାମ କରିଛନ୍ତି। କେବଳ ଅଭିନେତା ନୁହେଁ ସେ ଜଣେ ନିର୍ଦେ୍ଦଶକ ଭାବରେ ମଧ୍ୟ ସୁନାମ ଅର୍ଜନ କରିଥିଲେ।

ସୂଚନାଯୋଗ୍ୟ, କୈକଲା ସତ୍ୟନାରାୟଣ ରାଜନୀତିକ କ୍ଷେତ୍ରରେ ମଧ୍ୟ ଜଡ଼ିତ ଥିଲେ। ସେ ସାଂସଦ ଭାବରେ ଲୋକଙ୍କ ସେବା କରିଛନ୍ତି। ତେଲୁଗୁ ଦେଶମ୍ ପାର୍ଟୀ ସହ ସେ ଜଡ଼ିତ ଥିଲେ। ସେ ଟଡିପିର ସଂସ୍ଥାପକ ସଦସ୍ୟ ମଧ୍ୟରୁ ଜଣେ ଥିଲେ। ୧୯୯୬ ରେ ମଚ୍ଛଲୀପଟ୍ଟନମ ନିର୍ବାଚନ କ୍ଷେତ୍ରରୁ ସେ ନିର୍ବାଚନ ଲଢ଼ିଥିଲେ ଏବଂ ସାଂସଦ ଭାବରେ ଜିତିଥିଲେ। ଏହାପରେ ଆଗାମୀ ନିର୍ବାଚନ ଜିତିବା ପରେ କୈକଲା ସତ୍ୟନାରାୟଣ ରାଜନୀତିରୁ ବିଦାୟ ନେଇଥିଲେ ଏବଂ ଏହା ପରେ ଫିଲ୍ମ ଇଣ୍ଡଷ୍ଟ୍ରୀରେ ହିଁ ରହିଥିଲେ। ୧୯୬୦ ରେ ନାଗେସ୍ବରମ୍ମା୍ଙ୍କୁ ବିବାହ କରିଥିଲେ । ତାଙ୍କର ଦୁଇ ଝିଅ ଏବଂ ଦୁଇ ପୁଅ ଅଛନ୍ତି।

Related Posts