ଫଳାଫଳ ପୂର୍ବରୁ ‘ପରାଜୟ’ ସ୍ୱୀକାର !

(ସତ୍ୟପାଠ ବ୍ୟୁରୋ) ନୂଆଦିଲ୍ଲୀ: ଦିଲ୍ଲୀରେ ଫେଲ୍‌ ମାରିଲା ବିଜେପିର ଧର୍ମ, ଜାତି ଓ ରାଷ୍ଟ୍ରବାଦର ରାଜନୀତି । ଭୋଟ୍ ଗଣତି ଶେଷ ହେବା ପୂର୍ବରୁ ପରାଜୟ ସ୍ୱୀକାର କଲା ବିଜେପି ? ଦଳୀୟ କାର୍ଯ୍ୟାଳୟରେ କର୍ମୀଙ୍କ ପାଇଁ ଲଗାଇଲା ସାନ୍ତ୍ବନାମୂଳକ ପୋଷ୍ଟର । ବିଜେପି ଲେଖିଛି ‘ବିଜୟ ଦ୍ବାରା ଆମେ ଅଂହକାରି ହେଉନା ଏବଂ ପରାଜୟରେ ଆମେ ନିରାଶ ହେଉନା’ । ଏହା ଦର୍ଶାଉଛି ଯେ ଦିଲ୍ଲୀରେ ବିଜେପି ହାରିବ ବୋଲି ପୂର୍ବରୁ ଜାଣିଥିଲା ।

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ହୋଇଥିବା ମତଦାନର ଗଣତି ଜାରି ରହିଛି । ଏପରିକି ପ୍ରଥମ ପର୍ଯ୍ୟାୟ ଗଣତିର ମଧ୍ୟ ନିର୍ଯାସ ବାହାରିସାରିଲାଣି । ଯେଉଁଥିରେ ବିରୋଧୀଙ୍କଠାରୁ ବହୁ ଆଗରେ ରହି ଆମ ଆଦମୀ ପାର୍ଟି । ଅର୍ଥାତ୍ ୭୦ଟି ଆସନ ମଧ୍ୟରୁ ଆପ ବର୍ତ୍ତମାନ ସୁଦ୍ଧା ୫୭ଟି ଆସନରେ ଆଗୁଆ ଥିବାବେଳେ ବିଜେପି ୧୩ ଏବଂ ଏକଜିଟ୍ ପୋଲ ଅନୁସାରେ କଂଗ୍ରେସକୁ ମିଳିଛି ନୈରାଶ ଜନକ ଭୋଟ୍ । ଏଥିରୁ ଅନୁମାନ କରିହେଉଛି କି ଏଥର ପୁଣି ଥରେ ଦିଲ୍ଲୀ ଦଖଲ କରିବ କେଜ୍ରିବାଲଙ୍କ ଆପ୍ ସରକାର ।

ଏସବୁ ମଧ୍ୟରେ ଏକ ଗୁରୁତ୍ବପୂର୍ଣ୍ଣ କଥା ସାମ୍ନାକୁ ଆସିଛି । ଯାହାକୁ ନେଇ ଏବେ ରାଜନେୈତିକ ବୟାନବାଜି ଆରମ୍ଭ ହୋଇଯାଇଛି । ତାହା ହେଲା ବିଜେପିର ଦିଲ୍ଲୀ ମୁଖ୍ୟାଳୟରେ ଲାଗିଥିବା ଏକ ପୋଷ୍ଟର । ଏଥିରେ ଅମିତ ଶାହଙ୍କ ସ୍ମିତ ହସ ବାଲା ଫଟୋ ତ ଅଛି ତା’ ସହ ଯେଉଁ ସନ୍ଦେସ ଦିଆଯାଇଛି ତାକୁ ନେଇ ଆରମ୍ଭ ହୋଇଛି ବୟାନବାଜି । ବିଜେପିକୁ ବିରୋଧୀ ସମାଲୋଚନା କରିଛନ୍ତି । ଦିଲ୍ଲୀରେ ବିଜେପି ହାରିବ ବୋଲି ପୂର୍ବରୁ ତାଙ୍କର ଦଳପତି ଜାଣିଥିଲେ ତେଣୁ ଏଭଳି ପୋଷ୍ଟର ଆଗରୁ କରିକି ରଖିଥିଲେ । ଅର୍ଥାତ ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ କେବଳ ବାହାସ୍ପୋଟ ମାରୁଥିଲେ ଉଭୟ ଅମିତ ଶାହ ଏବଂ ମୋଦି । ପ୍ରକୃତରେ ସେମାନଙ୍କୁ ଦିଲ୍ଲୀବାସୀ ଗ୍ରହଣ କରୁନାହାନ୍ତି ଏକଥା ଜାଣିଥିଲେ । ସେଥିପାଇଁ ନିର୍ବାଚନୀ ଫଳାଫଳ ବାହାରିବା ପୂର୍ବରୁ ପୋଷ୍ଟର ମାରି ପରାଜୟକୁ ସ୍ବୀକାର କରିଛି ଦଳ । ପୋଷ୍ଟରରେ ବିଜେପି ଲେଖିଛି ‘ବିଜୟ ଦ୍ବାରା ଆମେ ଅଂହକାରି ହେଉନା ଏବଂ ପରାଜୟରେ ଆମେ ନିରାଶ ହେଉନା’ ।

ପୋଷ୍ଟରରେ ବିଜେପିର ପରାଜୟକୁ ସ୍ବୀକାର କରିବା ନେଇ ବିରୋଧୀଙ୍କ ସମାଲୋଚନାକୁ ଖଣ୍ଡନ କରିଛନ୍ତି ବିଜେପିର କିଛି ନେତା । ଯଦିଓ ବଡ଼ ବଡ଼ ନେତା ଏନେଇ ମୁହଁ ଖୋଲିନାହାନ୍ତି କି ଗଣମାଧ୍ୟମ ସାମ୍ନାକୁ ଆସି ନାହାନ୍ତି । ତଥାପି ଦଳର କିଛି କିଛି ନେତାଙ୍କ କହିବା କଥା ଏହି ପୋଷ୍ଟର ଏବେର ନୁହେଁ, ଏହା ବର୍ଷେ ତଳର ବିଜେପି କେବେ ବଜୟ ଦ୍ବାରା ଅହଂକାରୀ ହୋଇନଥାଏ, ସବୁବେଳେ ଲୋକଙ୍କ ଭଲ ପାଇଁ ବିଜେପି କାମ କରିଥାଏ ବୋଲି କହିଛନ୍ତି ବିଜେପି ନେତା ।

Related Posts