ଭିଜିଲାନ୍ସ ଭୟ: ଦୁର୍ନିତୀକୁ ଲୁଚାଇବାକୁ ଯାଇ ଗ୍ରାମ ପଞ୍ଚାୟତର ଗୁରୁତ୍ବପୂର୍ଣ୍ଣ ଫାଇଲ ପୋଡିଦେଲେ ଜିଆରଏସ !

ବାଲିପାଟଣା : ଜିଆରଏସଙ୍କୁ ଘରିଲା ଭିଜିଲାନ୍ସ ଭୟ । ଏନେଇ ଗ୍ରାମ ପଞ୍ଚାୟତର ଗୁରୁତ୍ବପୂର୍ଣ୍ଣ ଫାଇଲ ପୋଡିଦେଲେ ଜିଆରଏସ । ଦୁର୍ନିତୀକୁ ଲୁଚାଇବାକୁ ଯାଇ ଜିଆରଏସ ଏଭଳି କାମ କରିଥିବା ଜଣାପଡ଼ିଛି। ବାଲିପାଟଣା ବ୍ଲକ ଅନ୍ତର୍ଗତ ପମ୍ପାଲୋ ଗ୍ରାମ ପଞ୍ଚାୟତରେ ଜିଆରଙ୍କପର ଏପରି କାଣ୍ଡ ସାମ୍ନାକୁ ଆସିଛି।

ଗତ ବୁଧବାର ଦିନ ପମ୍ପାଲୋ ପଞ୍ଚାୟତ କାର୍ଯ୍ୟ।ଳୟରେ ଧୂଆଁ ବାହାରୁଥିବା ସ୍ଥାନୀୟଲୋକେ ଦେଖିବାକୁ ପାଇଥିଲେ। ପରେ ତୁରନ୍ତ ସରପଞ୍ଚଙ୍କୁ ଖବର ଜଣାଇବା ପରେ ସ୍ଥାନୀୟ ଲୋକେ କାର୍ଯ୍ୟାଳୟ ଭିତରକୁ ଯାଇଥିଲେ ।

ସରପଞ୍ଚଙ୍କ କାର୍ଯ୍ୟ।ଳୟରେ ଥିବା ଏକ ଏକ ଲୁହା ଆଲମାରୀରେ ନିଆଁ ଜଳୁଥିଲା। ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ଏବଂ ବାଲିପାଟଣା ଅଗ୍ନିଶମ ବାହିନି ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ସେତେବେଳକୁ ସମସ୍ତ ଫାଇଲ ପୋଡ଼ି ନଷ୍ଟ ହୋଇଯାଇଥିଲା। ଏପରି ଘଟଣାକୁ କେହି ସହଜରେ ଗ୍ରହଣ କରିନଥିଲେ। ସର୍ଟ ସର୍କିଟ ହୋଇନାହିଁ ବୋଲି ଅଗ୍ନିଶମ ଅଧତ୍କାରୀ ସ୍ପଷ୍ଟ କରିଛନ୍ତି। ଘଟଣା ଦିନ ଗ୍ରାମ ପଞ୍ଚାୟତ କାର୍ଯ୍ୟତ ଜିଆରଏସ କାର୍ଯ୍ୟାଳୟ ବନ୍ଦ କରି ଶେଷରେ ଯାଇଥିଲେ। ଏହି ଆଲମାରୀର ଚାବି ମଧ୍ୟ ସେହି ଜିଆରଏସଙ୍କ ପାଖରେ ଥିଲା।

ଏହି ଆଲମାରୀରେ ମନୋରେଗା ଯୋଜନା ସହ ଅନ୍ୟ ଗୁରୁତ୍ବପୂର୍ଣ୍ଣ ଫାଇଲ ରହିଥିଲା। ନୂଆ ସରପଞ୍ଚ କାର୍ଯ୍ୟଭାର ଗ୍ରହଣ କରିବା ପୂର୍ବରୁ ପଞ୍ଚାୟତରେ ବହୁ ଦୁର୍ନିତି ହୋଇଥିବା ଜାଣିବା ପରେ ଭିଜିଲାନ୍ସରେ ଅଭିଯୋଗ ପାଇଁ ସଜବାଜ ହେଉଥିଲେ। ସେଥିପାଇଁ ଜି.ଆର.ଏସ୍ ଦୋଷ ତୃଟିକୁ ଲୁଚାଇବା ପାଇଁ ଫାଇଲ ଗୁଡିକରେ ନିଆଁ ଲଗାଇ ପୋଡି ଦେଇଥିବା ସରପଞ୍ଚ ଅଭିଯୋଗ ଆଣିଛନ୍ତି। ଏଥିରେ ପୂର୍ବତନ ସରପଞ୍ଚ ସାମିଲ ଥିବା ମଧ୍ୟ ସ୍ଥାନୀୟ ଲୋକେ ସନ୍ଦେହ କରୁଛନ୍ତି। ସଂପୃକ୍ତ ଜିଆରଏସଙ୍କ ନାଁରେ ବାଲିପାଟଣା ଥାନାରେ ବର୍ତ୍ତମାନର ନୂଆ ସରପଞ୍ଚ ଲିଖିତ ଅଭିଯୋଗ କରିଛନ୍ତି। ଏହି ଘଟଣାର ନିରପେକ୍ଷ ତଦନ୍ତ କରାଯାଇ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି ।

Related Posts