ବିରୋଧୀ ଦଳ ନେତାଙ୍କୁ ଚିଠି ଲେଖିଲେ ଶିବସେନା ସାଂସଦ ସଞ୍ଜୟ ରାଉତ: ସାଥ ଦେଇଥିବା ସବୁ ନେତାଙ୍କୁ କୃତଜ୍ଞତା

ମୁମ୍ବାଇ : ପାତ୍ର ଚାଲ ଭୂମି-ଅନିୟମିତତା ମାମଲାରେ ଛନ୍ଦି ହୋଇଛନ୍ତି ଶିବସେନା ସାଂସଦ ସଞ୍ଜୟ ରାଉତ । ଏନେଇ ଇଡି ତାଙ୍କୁ ନିଜ ହେପାଜତକୁ ନେଇ ତଦନ୍ତ ଚଳାଇଥିବା ବେଳେ, ଏହାରି ମଧ୍ୟରେ ବିରୋଧୀ ଦଳ ନେତାଙ୍କୁ ଏକ ଚିଠି ଲେଖିଛନ୍ତି ସଂଜୟ ରାଉତ । ଏହି ଚିଠିରେ ତାଙ୍କୁ ସାଥ ଦେଇଥିବା ସବୁ ନେତାଙ୍କୁ କୃତଜ୍ଞତା ଜଣାଇଛନ୍ତି।

ଏହା ସହ ସେ ବାଲସାହେବ ଠାକରେଙ୍କୁ ମଧ୍ୟ ମନେ ପକାଇଛନ୍ତି ‘କାନ୍ଦ ନାହିଁ ଯାହା ଠିକ୍ ସେଥିପାଇଁ ଲଢ଼’। ଏହି ଚିଠି ମାଧ୍ୟମରେ ସଞ୍ଜୟ ରାଉତ ସେହି ସବୁ ବିରୋଧୀ ଦଳ ସାଂସଦଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି ଯେଉଁମାନେ ତାଙ୍କ କଠିନ ସମୟରେ ସଂସଦ ଭିତରେ ଓ ବାହାରେ ତାଙ୍କୁ ସାଥ ଦେଇଛନ୍ତି।

ସଞ୍ଜୟ ରାଉତ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେଙ୍କୁ ଲେଖିଥିବା ଚିଠିରେ କଠିନ ସମୟରେ ହିଁ ଜଣାପଡେ ଆପଣଙ୍କ ବାସ୍ତବ ବନ୍ଧୁ କିଏ। କେନ୍ଦ୍ର ସରକାରଙ୍କ ଦ୍ୱାରା କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସୀଙ୍କ ମାଧ୍ୟମରେ ମୋ ଉପରେ ପ୍ରାୟୋଜିତ ଆକ୍ରମଣରେ ଆପଣମାନେ ମୋ ସାଥ ଦେଇଥିବାରୁ ଏଥି ଲାଗି ମୁଁ କୃତଜ୍ଞ। ଏଥିରେ ତାଙ୍କର ଏହି ଲଢେଇ ଆଗକୁ ବି ଜାରି ରହିବ ବୋଲି ଉଲ୍ଲେଖ କରିଛନ୍ତି। ଏହିଚାପ ଆଗରେ ନା ମୁଁ ନଇଁବି ନା ମୋର ସଂକଳ୍ପ ଭାଙ୍ଗିବ ବୋଲି ସେ ଉଲ୍ଲେଖ କରିଛନ୍ତି ।

Related Posts