କେସିଙ୍ଗା ବନ ଅଧିକାରୀ ଘର ଓ କାର୍ଯ୍ୟଳୟ ରେ ଭିଜିଲାନ୍ସ ଚଢାଉ

କେସିଙ୍ଗା ବନ ଅଧିକାରୀ ଦୀନବନ୍ଧୁ ମେହେର ଙ୍କ ବଲାଙ୍ଗିର ସ୍ତିତ ଘର ଏବଂ କେସିଙ୍ଗାସ୍ତିତ କାର୍ଯ୍ୟଳୟ ଓ ସରକାରି ବାସଭବନରେ ଆଜି ଭୋରରୁ ଭିଜିଲାନ୍ସ ବିଭାଗ ଚଢାଉ କରିଛି । ଆୟବର୍ହିଭୁତ ସମ୍ପତି ଠୂଳ ଅଭିଯୋଗରେ ଏହି ଚଢାଉ କରାଯାଇଥିବା ଜଣାପଡିଛି ।

ବଲାଙ୍ଗିର ରୁ ଶ୍ରୀ ମେହେରଙ୍କୁ ଭିଜିଲାନ୍ସ ବିଭାଗ କେସିଙ୍ଗା ଆଣି ତାଙ୍କ କାର୍ଯ୍ୟଳୟ ଓ ସରକାରି ବାସଭବନର ଖାନ ତଲାସ କରିଛି । ଚଢାଉରେ ବରଗଡ ଭିଜିଲାନ୍ସ ଡିଏସ୍ପି ବିରେନ୍ଦ୍ର କୁମାର ନାଏକ , ବଲାଙ୍ଗିର ଇନ୍ସପେକ୍ଟର ସଦାନନ୍ଦ ପାଣି,ଭବାନିପାଟଣା ର ଶୁଶାନ୍ତ କୁମାର ପଟ୍ଟନାୟକ,ପ୍ରକାଶ ବେହେରା ସମେତ ଅନ୍ୟମାନେ ସାମିଲ ଅଛନ୍ତି ।

ଏ ସମ୍ପର୍କରେ ଶୀ ମେହେର ଙ୍କୁ ପଚାରିବାରୁ ଗତ କିଛିଦିନତଳେ ପୋଲିସ ଭ୍ୟାନରେ କାଠ ଚୋରା ଚାଲାଣ ହେଉଥିବା ବେଳେ ମୁଁ ଧରିଥିଲି । ତେଣୁ ମତେ ହଇରାଣ କରିବାକୁ ଏଭଳି କରାଯାଇଥିବା ଅନୁମାନ କରୁଛି ବୋଲି ପ୍ରତିକ୍ରିୟାରେ କହିଛନ୍ତି ।

Related Posts