ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ଡିଏଫ୍‌ଓ

ସତ୍ୟପାଠ ବ୍ୟୁରୋ : ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ଡିଏଫ୍‌ଓ ଆଶିଷ କୁମାର ବେହେରା । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ରେଡ୍ କରାଯାଇଛି । ବ୍ରହ୍ମପୁର ଅଫିସ ସହ ଏକକାଳୀନ ୯ଟି ସ୍ଥାନରେ ଚଢାଉ ଜାରି ରହିଛି । ବ୍ରହ୍ମପୁର, ଭଞ୍ଜନଗର ସ୍ଥିତ ବାସଭବନ, ଦିଗପହଣ୍ଡି ରେଞ୍ଜ କାର୍ଯ୍ୟାଳୟରେ ମଧ୍ୟ ଚଢାଉ ଜାରି ରହିଛି । କଟକ ଭିଜିଲାନ୍ସ ସେଲ୍‌ ପକ୍ଷରୁ ଚଢାଉ କରାଯାଇଛି ।

ଭିଜିଲାନ୍ସ ହାତରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଉଛି । ସେ ବ୍ରହ୍ମପୁର ବାସଭବନରେ ନ ଥିବାରୁ ଭିଜିଲାନ୍ସ ଟିମ୍‌ ତାଙ୍କ ଘର ଆଗରେ ବସି ରହିଛି । ସେପଟେ ସେ ଭୁବନେଶ୍ୱର ଚାଲି ଯାଇଥିବା ଜଣାପଡ଼ିଛି ।

Related Posts