ମୌଳିକ ଅଧିକାରର ଉଲ୍ଲଂଘନ: ୨୦୧୯ ପରେ ହାଇକୋର୍ଟରେ ଦାଏର ହୋଇଛି ୭୮୦୦ ରୁ ଅଧିକ ପିଆଇଏଲ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଭାରତରେ ମୌଳିକ ଅଧିକାର ଉଲ୍ଲଂଘନ ମାମଲା ବୃଦ୍ଧି ପାଉଛି ! ଏମିତି ଏକ ତଥ୍ୟ ଏବେ ସାମ୍ନାକୁ ଆସିଛି। ବିଶେଷ କରି 2019 ପରଠାରୁ ଦେଶର ବିଭିନ୍ନ ହାଇକୋର୍ଟରେ 7800 ରୁ ଅଧିକ PIL ଦାଖଲ କରାଯାଇଛି। ତେବେ ଏହି ମାମଲା ଗୁଡ଼ିକ ବିଶେଷ କରି ମୌଳିକ ଅଧିକାରର ଉଲ୍ଲଂଘନ ସମ୍ପର୍କିତ ମାମଲା । ତେବେ ଏହି ସଂଖ୍ୟା ଅଧିକ ବି ହୋଇପାରେ। କାରଣ କେତେକ ହାଇକୋର୍ଟ ଏହିପରି PIL ର ପୃଥକ ରେକର୍ଡ ରଖନ୍ତି ନାହିଁ। କିନ୍ତୁ ଅନ୍ୟ କେତେକ ହାଇକୋର୍ଟଙ୍କ ତଥ୍ୟ ଉପଲବ୍ଧ ରହିଛି। ଉଲ୍ଲେଖଯୋଗ୍ୟ ଯେ ପ୍ରତିବର୍ଷ ଦାଖଲ ହେଉଥିବା ମାମଲାର ସଂଖ୍ୟା ଜଣା ପଡିନାହିଁ ।

ଗତ ସପ୍ତାହରେ ରାଜ୍ୟସଭାରେ କେନ୍ଦ୍ର ସରକାର ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଏ ସମ୍ବନ୍ଧୀୟ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କେନ୍ଦ୍ର ସରକାର ସଂସଦରେ ଏହି ସୂଚନା ଦେଇଛନ୍ତି। ଏଥିରେ ମୌଳିକ ଅଧିକାରର ଉଲ୍ଲଂଘନ ଅଭିଯୋଗରେ ଗତ ଅଢେଇ ବର୍ଷ ମଧ୍ୟରେ ସୁପ୍ରିମକୋର୍ଟ ଏବଂ ବିଭିନ୍ନ ହାଇକୋର୍ଟରେ କେତେ ମାମଲା ଦାୟର କରାଯାଇଛି ସେ ନେଇ ସରକାରଙ୍କୁ ପ୍ରଶ୍ନ କରାଯାଇଥିଲା। ସରକାର ଏହାର ଉତ୍ତରରେ ଏ ସୂଚନା ଦେଇଛନ୍ତି।

ସରକାର କହିଛନ୍ତି ଯେ 2019 ରୁ ଚଳିତ ବର୍ଷ ଜୁଲାଇ ମଧ୍ୟରେ ମୌଳିକ ଅଧିକାରର ଉଲ୍ଲଂଘନ ବିରୋଧରେ ଦେଶର ବିଭିନ୍ନ ହାଇକୋର୍ଟରେ ମୋଟ 7832 ମାମଲା ଦାୟର କରାଯାଇଥିଲା। ତେବେ ସୁପ୍ରିମକୋର୍ଟରେ ଏଭଳି କେତୋଟି ମାମଲା ଦାୟର ହୋଇଛି ସେ ସମ୍ପର୍କରେ ସରକାରଙ୍କ ପାଖରେ ସୂଚନା ନଥିବା ଜଣାପଡିଛି ।

ତେବେ ‘ସୁପ୍ରିମକୋର୍ଟ ସବଜେକ୍ଟ କାଟାଗୋରୀ 08’ ଅଧୀନରେ ଦାଖଲ ହୋଇଥିବା PIL ସଂଖ୍ୟା ସମ୍ପର୍କରେ ସରକାର ସୂଚନା ଦେଇଛନ୍ତି। ଏହି କାଟାଗୋରୀ ଅଧୀନରେ ‘ ଲିଖିତ ଚିଠି ମୋକଦ୍ଦମା ଏବଂ ଜନସ୍ବାର୍ଥ ମାମଲା ‘ ଅନ୍ତର୍ଭୁକ୍ତ।

Related Posts