ଶ୍ରୀଲଙ୍କା ରାଷ୍ଟ୍ରପତି ଘର ନିକଟରେ ହିଂସାକାଣ୍ଡ ମାମଲା; ୪୫ ଜଣ ବିକ୍ଷୋଭକାରୀଙ୍କୁ ଗିରଫ କଲା ପୁଲିସ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜଧାନୀ କଲମ୍ବୋର ବିଭିନ୍ନ ଅଞ୍ଚଳରେ ଲାଗୁ ହୋଇଥିବା ରାତାରାତି ଭିତରେ କର୍ଫ୍ୟୁ ଜାରି କରାଯାଇଥିଲା । ତେବେ ଆର୍ଥିକ ସଙ୍କଟକୁ ନେଇ ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେଙ୍କ ବାସଭବନ ବାହାରେ ବିକ୍ଷୋଭ ପ୍ରଦର୍ଶନ ହିଂସାତ୍ମକ ରୂପ ନେଇଥିଲା। ସେପଟେ ବିକ୍ଷୋଭରେ ଅଂଶଗ୍ରହଣ କରିଥିବା ଅଭିଯୋଗରେ ୪୫ ଜଣଙ୍କୁ ପୋଲିସ ଗିରଫ କରିଛି ବୋଲି ପୁଲିସ ସୂଚନା ଦେଇଛି । ଅଧିକାରୀ କହିଛନ୍ତି ଯେ “ପାଞ୍ଚ ଜଣ ପୋଲିସ କର୍ମଚାରୀଙ୍କ ସମେତ ଅନେକ ଲୋକ ଆହତ ହୋଇଥିଲେ ଏବଂ ଅନେକ ଗାଡିରେ ନିଆଁ ଲାଗିଯାଇଥିଲା। ଅଧିକାରୀଙ୍କ ଅନୁଯାୟୀ ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

କଲମ୍ବୋ ଉତ୍ତର, କଲମ୍ବୋ ସାଉଥ, କଲମ୍ବୋ ସେଣ୍ଟ୍ରାଲ, ନାଗେଗୋଡା, ମାଉଣ୍ଟ ଲାଭିନିଆ ଏବଂ କେଲାନିଆ ପୋଲିସ ବିଭାଗରେ ଏହି କର୍ଫ୍ୟୁ ଲାଗୁ କରାଯାଇଥିଲା। ଅନ୍ୟପଟେ ରାଜଧାନୀ କଲମ୍ବୋରେ ରାଷ୍ଟ୍ରପତିଙ୍କ ବାସଭବନରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ପ୍ରଦର୍ଶନକାରୀଙ୍କୁ ଘଉଡାଇବା ପାଇଁ ପୋଲିସ ଲୁହବୁହା ଏବଂ ପାଣି ତୋପ ବ୍ୟବହାର କରିଥିଲା। ସୋସିଆଲ ମିଡିଆରେ ସେୟାର ହୋଇଥିବା ଅନେକ ଭିଡିଓରେ ପୁରୁଷ ଏବଂ ମହିଳାମାନେ ‘ପାଗଲ, ପାଗଲ, ଘରକୁ ଯାଆନ୍ତୁ’ ବୋଲି ଚିତ୍କାର କରୁଥିବା ଶୁଣିବାକୁ ମିଳୁଛି ଏବଂ ଶକ୍ତିଶାଳୀ ରାଜପକ୍ଷ ପରିବାରର ସମସ୍ତ ସଦସ୍ୟ ଇସ୍ତଫା ଦେବାକୁ ମଧ୍ୟ ବିକ୍ଷୋଭକାରୀ ଦାବି କରୁଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

Related Posts