ଜାନୁଆରୀ ୨୬ ଦିନ ଲାଲ କିଲାରେ ହୋଇଥିବା ହିଂସା ଏକ ସୁଚିନ୍ତିତ ଯୋଜନା ଥିଲା : ଦିଲ୍ଲୀ ପୋଲିସ ଚାର୍ଜସିଟ୍

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଚାଷୀ ଆନ୍ଦୋଳନ ସମୟରେ ଜାନୁଆରୀ ୨୬ ଗଣତନ୍ତ୍ର ଦିବସ ଅବସରରେ ରାଜଧାନୀ ଦିଲ୍ଲୀ ସ୍ଥିତ ଲାଲ କିଲା ଘଟିିଥିବା ହିଂସାକାଣ୍ଡ ମାମଲାରେ ଦିଲ୍ଲୀ ପୁଲିସ ଚାର୍ଜସିଟ୍ ଦାଖଲ କରିଛି । ଦିଲ୍ଲୀ ପୋଲିସର ଏହି ଚାର୍ଜସିଟକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଚାର୍ଜସିଟ୍ ରେ କୁହାଯାଇଛି ଯେ ଆନ୍ଦୋଳନକାରୀ ଚାଷୀ ମାନେ ଲାଲ କିଲାକୁ କବଜା କରିବାକୁ ଯୋଜନା କରିଥିଲେ । କେନ୍ଦ୍ର ସରକାରଙ୍କ ଭାବମୂର୍ତ୍ତୀ କୁ ଆନ୍ତର୍ଜାତୀୟ ସ୍ତରରେ ବଦନାମ କରିବା ଉଦ୍ଦେଶ୍ୟରେ ଜାନୁଆରୀ ୨୬ ରେ ଲାଲ କିଲ୍ଲାରେ ବିରୋଧ ପ୍ରଦର୍ଶନ କରିବାକୁ ବାଛିଥିଲେ ଥିଲେ ବୋଲି ଦିଲ୍ଲୀ ପୁଲିସ ଚାର୍ଜସିଟରେ ଉଲ୍ଲେଖ କରିଛି । ପୁଲିସ ୩,୩୨୪ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରି ଗଣତନ୍ତ୍ର ଦିବସ ହିଂସାକାଣ୍ଡ କୁ ସୁ ନିୟୋଜିତ ଯୋଜନା ବୋଲି କହିଛି । ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଚାର୍ଜସିଟରେ ଉଲ୍ଲେଖ ରହିଛି ଯେ, ଏଥିପାଇଁ ନଭେମ୍ବର-ଡିସେମ୍ବରରେ ଯୋଜନା ପ୍ରସ୍ତୁତ କରା ଯାଇଥିଲା । ଜାନୁୟାରୀ ୨୬ ରାଲି ପାଇଁ ହରିୟାଣା ଓ ପଞ୍ଜାବରେ ବଡ ସଂଖ୍ୟାରେ ଟ୍ରାକ୍ଟର କିଣା ଯାଇଥିଲା । ଏହି ସମ୍ବେଦନଶୀଳ ଘଟଣାରେ ଅଭିନେତାରୁ ଆନ୍ଦୋଳନକାରୀ ପାଲଟିଥିବା ଦୀପ ସିଦ୍ଧୁ ଓ ଅନ୍ୟ ଲୋକଙ୍କୁ ଅଭିଯୁକ୍ତ ଦର୍ଶାଯାଇଛି । ଏହି ଚାର୍ଜସିଟ ମେ ୧୭ରେ ତିସ ହଜାରୀ ମାଜିଷ୍ଟ୍ରେଟଙ୍କ ନିକଟରେ ଦାଖଲ କରାଯାଇଛି । ମେ ୨୮ ତାରିଖରେ ଏହା ଉପରେ ଶୁଣାଣି ହେବ ବୋଲି ସୂଚନା ମିଳିଛି । ଏହି ମାମଲାରେ ବିଭିନ୍ନ ସ୍ତରରେ କ୍ରାଇମ ବ୍ରାଞ୍ଚ, ସ୍ପେଶାଲ ସେଲ ଏବଂ ସ୍ଥାନୀୟ ପୋଲିସରେ ମୋଟ 43 ଟି ଭିନ୍ନ ଭିନ୍ନ ମାମଲା ରୁଜୁ ହୋଇଥିଲା ଏବଂ ଗଣତନ୍ତ୍ର ଦିବସ ହିଂସା ସହ ଜଡିତ 150 ରୁ ଅଧିକ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା। ନଭେମ୍ୱର ମାସ ଠାରୁ ଚାଷୀ ମାନେ କେନ୍ଦ୍ର ସରକାରଙ୍କ ତିନି କୃଷି ଆଇନକୁ ବିରୋଧ କରି ଜାତୀୟ ରାଜଧାନୀ ଦିଲ୍ଲୀର ବିଭିନ୍ନ ସୀମାରେ ଆନ୍ଦୋଳନ ଆରମ୍ଭ କରିଥିଲେ। ସୂଚନାଯୋଗ୍ୟ, ମେ ୨୬ ତାରିଖରେ ଦିଲ୍ଲୀ ସୀମାରେ ଆନ୍ଦୋଳନର ୬ ମାସ ପୂର୍ତ୍ତି ଅବସରରେ କଳା ଦିବସ ପାଳନ କରିଥିଲେ। କୃଷକ ନେତା ରାକେଶ ଟିକେୟତ ଏହା ମଧ୍ୟ କହିଥିଲେ ଯେ, ଯଦି ଆବଶ୍ଯକ ପଡେ ତେବେ ୨୦୨୪ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ।

Related Posts