ସୁମନ ଫେମିନା ମିସ୍ ଇଣ୍ଡିଆ

ସତ୍ୟପାଠ ବ୍ୟୁରୋ : ଫେମିନା ମିସ୍ ଇଣ୍ଡିଆ ୨୦୧୯ର ଟାଇଟଲ ଜିତିଛନ୍ତି ରାଜସ୍ଥାନର ସୁମନ ରାଓ । ଏହାସହ ୫୬ତମ ମିସ୍ ଇଣ୍ଡିଆ ପ୍ରତିଯୋଗିତାର ବିଜେତା ହୋଇଛନ୍ତି ସୁମନ ।କାଷ୍ଟିଙ୍ଗ ଡାଇରେକ୍ଟର ମୁକେଶ ଛାବଡା ଓ ବଲିଉଡ ଅଭିନେତ୍ରୀ ଦିୟା ମିର୍ଜା ଏବଂ ନେହା ଧୁପିଆ ସୋର ବିଚାରପତି ଥିଲେ। ଫିଲ୍ମ ନିର୍ମାତା କରନ ଯୋହାର, ଅଭିନେତା ମନିଷ ପୋଲ ଓ ପୂର୍ବତନ ମିସ ଇଣ୍ଡିଆ ମାନୁଷି ଚିଲ୍ଲାର ଏହି ଇଭେଣ୍ଟରେ ଉପସ୍ଥିତ ଥିଲେ।

ଫେମିନା ମିସ୍ ଇଣ୍ଡିଆ ୨୦୧୯ରେ ସମଗ୍ର ଦେଶରୁ ୩୦ ଜଣ ଯୁବତୀ ପ୍ରତିଯୋଗୀ ଭାବେ ଭାଗ ନେଇଥିଲେ। ଏହି କାର୍ଯ୍ୟକ୍ରମ ମୁମ୍ବାଇର ସରଦାର ବଲ୍ଲଭ ଭାଇ ପଟେଲ ଇଣ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିଲା । ଏହି ଇଭେଣ୍ଟରେ ବଲିଉଡ ଷ୍ଟାର ହୁମା କୁରେଶି, ଚିତ୍ରାଂଗଦା ସିଂ, ରେମୋ ଡିସୋଜା କ୍ୟାଟ୍ରିନା କୈଫ , ବକ୍କି କୌଶଲ , ମୋନୀ ରୋୟ ଉପସ୍ଥିତ ଥିଲେ। ବଲିଉଡ ଷ୍ଟାରମାନେ ସେଠାରେ ପ୍ରତିଯୋଗୀଙ୍କୁ ବେଶ ଉତ୍ସାହିତ କରିଥିଲେ ।

Related Posts