ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତିଙ୍କ ମଧ୍ୟରେ ଭର୍ଚ୍ଚୁଆଲ ବୈଠକ: ୟୁକ୍ରେନ୍‌-ରୁଷ ଯୁଦ୍ଧର ଅନ୍ତ ନେଇ ଆଲୋଚନା

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ମଧ୍ୟରେ ବସିଥିବା ଭର୍ଚ୍ଚୁଆଲ ବୈଠକ ଶେଷ ହୋଇଛି | ଉଭୟ ଦେଶର ମୁଖିଆଙ୍କ ମଧ୍ୟରେ ବିଭିନ ପ୍ରସଙ୍ଗକୁ ନେଇ ଆଲୋଚନା ହୋଇଛି | ବିଷେଶ କରି ୟୁକ୍ରେନ୍‌-ରୁଷ ମଧ୍ୟରେ ଚାଲିଥିବା ଯୁଦ୍ଧର ଅନ୍ତ ନେଇ ସମାଧାନର ବାଟ ଉପରେ ଆଲୋଚନା ହୋଇଛି। ୟୁକ୍ରେନର ଯୁଦ୍ଧ ପରିସ୍ଥିତି ଚିନ୍ତାଜନକ ବୋଲି ମୋଦି କହିଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ, ମୁଁ ୟୁକ୍ରେନ ଏବଂ ରୁଷର ରାଷ୍ଟ୍ରପତିଙ୍କ ସହ ଅନେକ ଥର ଫୋନରେ କଥା ହୋଇଛି। ଆଲୋଚନାରେ କେବଳ ଶାନ୍ତିର ଅପିଲ ନୁହେଁ, ବରଂ ରାଷ୍ଟ୍ରପତି ପୁଟିନଙ୍କୁ ୟୁକ୍ରେନ ରାଷ୍ଚ୍ରପତିଙ୍କ ସହ ସିଧା ଆଲୋଚନା କରିବାକୁ ପରାମର୍ଶ ଦେଇଥିଲି। ଆମ ସଂସଦରେ ମଧ୍ୟ ଏହା ଉପରେ ବିସ୍ତୃତ ଆଲୋଚନା ହୋଇଥିବା ପିଏମ ମୋଦି କହିଥିଲେ। ସେହିପରି ୟୁକ୍ରେନ୍‌କୁ ଭାରତ ଯୋଗାଇଥିବା ସହାୟତା ସମ୍ପର୍କରେ ମୋଦି ବାଇଡେନ୍‌ଙ୍କ ସହ ଆଲୋଚନା କରିଛନ୍ତି।

ୟୁକ୍ରେନ୍‌କୁ ମେଡିସିନ୍, ରିଲିଫ୍‌ ସାମଗ୍ରୀ ଆଦି ସହାୟତା ଯୋଗାଇ ଦେଇଛି। ରୁଷ-ୟୁକ୍ରେନ୍‌ ମଧ୍ୟରେ ଆରମ୍ଭ ହୋଇଥିବା ଆଲୋଚନାରୁ ଶାନ୍ତିର ସୂତ୍ର ବାହାରିବା ନେଇ ଭାରତ ଆଶା ରଖିଛି । ୟୁକ୍ରେନ୍‌ର ସାଧାର ଲୋକଙ୍କ ସୁରକକ୍ଷା ପ୍ରସଙ୍ଗ ନେଇ ଭାରତ ସର୍ବଦା ପ୍ରାଥମିକତା ଦେଇ ଆସିଛି। ବିନା ବାଧାରେ ୟୁକ୍ରେନ୍‌ରେ ଯେମିତି ମାନବୀୟ ସହାୟତା ପହଞ୍ଚିବାରିବ ଭାରତ ଗୁରୁତ୍ୱାରୋପ କରିଛି। ନିକଟରେ ବୁଚା ସହରରେ ଶତାଧିକ ନୀରହି ଲୋକ ଯୁଦ୍ଧରେ ପ୍ରାଣ ହରାଇବା ଅତ୍ୟନ୍ତ ଦୁଃଖଦାୟକ।

ଆମେ ଏହାକୁ ଗଭୀର ଭାବେ ନିନ୍ଦା କରୁଛୁ ଏବଂ ଏହି ବର୍ବର ଆକ୍ରମଣର ଭାରତ ତଦନ୍ତ ଦାବି କରୁଛି। ଆଜି ବାଇଡେନଙ୍କ ସହ ଭେଟ ବେଳେ ମୋଦି ‌ଏହା କହିଛନ୍ତି । ସେ କହିଛନ୍ତି ଯେ, ଗତ ସେପ୍ଟେମ୍ବର ମାସରେ ୱାଶିଂଟନ୍‌ ଯାଇଥିଲି ଆପଣ ବିଶ୍ୱ ପ୍ରସଙ୍ଗ କଥା ‌ଉଠାଇଥିଲେ। ଭାରତ-ଆମେରିକା ସହଯୋଗ ହିଁ ଅନ୍ତର୍ଜାତିକ ସ୍ତରରେ ଥିବା ଅନେକ ସମସ୍ୟାର ସମାଧନର ମାର୍ଗ ଦେଇପାରିବ। ଯେହେତୁ ବିଶ୍ୱରେ ଭାରତ-ଆମେରିକା ଗଣତନ୍ତ୍ରରେ ସର୍ବ ପୁରାତନ ଏବଂ ସର୍ବବୃହତ୍ତର ସେଥିପାଇଁ ଦୁଇ ଦେଶ ମଧ୍ୟରେ ସମ୍ପର୍କ ବେଶ ଘନିଷ୍ଟ।

ଅନ୍ୟପଟେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଭର୍ଚୁଆଲ ସାକ୍ଷାତ କରି ଖୁସି ବ୍ୟକ୍ତ କରିଛନ୍ତି ଜୋ ବାଇଡେନ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଆମେ ଏକ ମଜୁବତ ଏବଂ ପ୍ରମୁଖ ପ୍ରତିରକ୍ଷା ସହଭାଗୀତାର ଅଂଶଦାର। ଆମର ସହଭାଗୀତା ଆମର ଲୋକ ଏବଂ ଆମର ମୂଲ୍ୟବୋଧ ଉପରେ ଆଧାରିତ। ୟୁକ୍ରେନବାସୀଙ୍କ ପାଇଁ ଭାରତର ମାନବୀୟ ସମର୍ଥନକୁ ମୁଁ ସ୍ୱାଗତ କରୁଛି। ଆମର ନିରନ୍ତର ପରାମର୍ଶ ଏବଂ ସମ୍ୱାଦ ଦର୍ଶାଉଛି ଭାରତ ଏବଂ ଆମେରିକାର ସମ୍ପର୍କ ଅଧିକ ମଜବୁତ ହେଉଛି।

Related Posts