ମଧ୍ୟପ୍ରଦେଶରେ ଜଘନ୍ୟ ହତ୍ୟାକାଣ୍ଡ; ଛୁଆ ଆଗରେ ମାକୁ ନିର୍ମମ ହତ୍ୟା

ମଧ୍ୟପ୍ରଦେଶ:ମଧ୍ୟପ୍ରଦେଶର ବେତୁଲ ସହରରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ । ଏକ ଛୋଟ ଛୁଆ ଆଖି ଆଗରେ ଅଭିଯୁକ୍ତ ତା’ ମା’କୁ ଅତି ନିର୍ମମ ଭାବେ ହତ୍ୟା କରିଛି | ଅଭିଯୁକ୍ତଜଣକ ମହିଳାଙ୍କ ଶରୀରକୁ ଛୁରୀରେ ୧୬ ଥର ଚୋଟ ମାରିଥିବା ବେଳେ ଛଟପଟ ହୋଇ ଚାଲିଗଲା ତାଙ୍କ ଜୀବନ । ରକ୍ତରେ ଜୁଡ଼ୁବୁଡ଼ୁ ମା’ ଚଟାଣରେ ଛଟପଟ ହେଉଥିବା ବେଳେ ଆଲମାରିରେ ନିଜକୁ ବନ୍ଦ କରି ରଖିଥିଲା ନୀରିହ ଛୁଆ। ଶେଷରେ ପୁଲିସ୍‌ ପହଞ୍ଚି ଛୁଆକୁ ଉଦ୍ଧାର କରିଥିବା ବେଳେ ମହିଳାଙ୍କୁ ଡାକ୍ତରଖାନା ନେଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କଲେ। ଅଭିଯୁକ୍ତଜଣକ ମହିଳାଙ୍କ ତଥାକଥିତ ପ୍ରେମିକ ହୋଇଥିବା ବେଳେ ତାଙ୍କ ନାମ ସନ୍ଦୀପ ବୋଲି ଜଣାଯାଇଛି।

ସୂଚନାନୁଯାୟୀ, ଅଭିଯୁକ୍ତ ଓ ମୃତ ମହିଳାଙ୍କ ମଧ୍ୟରେ ପ୍ରାୟ ୨ ବର୍ଷ ହେବ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ହେଲେ କିଛି ଦିନ ହେବ ଉଭୟଙ୍କ ମଧ୍ୟରେ ସମ୍ପର୍କ ଠିକ୍‌ ନ ଥିଲା। ଏପରିକି ମହିଳାଜଣକ ନିଜ ପରିବାର ତଥା ଛୁଆ ପାଇଁ ପ୍ରେମ ସମ୍ପର୍କକୁ ଆଉ ଆଗକୁ ବଢ଼ାଇବାକୁ ଚାହୁଁ ନ ଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ସନ୍ଦୀପ ଗତକାଲି ମଧ୍ୟାହ୍ନ ସମୟରେ ତାଙ୍କ ଘରେ ପହଞ୍ଚିଥିଲେ।

ଉଭୟଙ୍କ ମଧ୍ୟରେ କଥା କଟାକଟି ଓ ଉଚ୍ଚବାଚ ଆରମ୍ଭ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ସେ ନିଜ ସହ ଆଣିଥିବା ଏକ ଛୁରୀରେ ମହିଳାଙ୍କ ଶରୀରକୁ ୧୬ ଥର ଚୋଟ ମାରିଥିଲେ। ଏହି ସମୟରେ ଉକ୍ତ ରୁମ୍‌ରେ ମହିଳାଙ୍କ ଛୋଟ ଛୁଆ ଥିବା ବେଳେ ତା’ ଆଖି ଆଗରେ ଘଟିଗଲା ଏହି ବୀଭତ୍ସ କାଣ୍ଡ। ଏହି ଘଟଣାରେ ଭୟଭୀତ ହୋଇ ଯାଇଥିବା ଛୁଆଟି ଏକ ଆଲମାରିରେ ନିଜକୁ ବନ୍ଦ କରି ଜୀବନ ରକ୍ଷା କରି ପାରିଥିଲା।

ଖବର ପାଇ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ଫେରାର ହୋଇ ଯାଇଥିବା ବେଳେ ତାକୁ ଗିରଫ ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ପୁଲିସ୍‌। ସନ୍ଦୀପ ବହୁ ପୂର୍ବରୁ ତାଙ୍କ ପତ୍ନୀଙ୍କୁ ହଇରାଣ କରୁଥିବା ବେଳେ ୬ ମାସ ତଳେ ମୁଣ୍ଡ ଫଟାଇ ଦେଇଥିବା କହିଛନ୍ତି ମୃତ ମହିଳାଙ୍କ ସ୍ୱାମୀ। ଏନେଇ ସେତେବେଳେ ଥାନାରେ ଅଭିଯୋଗ ହୋଇଥିଲେ ବି ପୁଲିସ୍‌ କୌଣସି କାର୍ଯ୍ୟାନୁଷ୍ଠନ ଗ୍ରହଣ କରି ନ ଥିଲା। ଫଳରେ ସନ୍ଦୀପ ଏପରି କାଣ୍ଡ ଘଟାଇଲା ବୋଲି ସେ କହିଛନ୍ତି। ପୋଲିସ ଅଭିଯୋଗ କୁ ଭିର୍ତ୍ତି କରି ତଦନ୍ତ ଆରମ୍ଭ କରିଛି | ହତ୍ୟାକାରୀକୁ ଖୋଜିବା ପାଇଁ ଏକ ଟିମ ଗଠନ କରି ତଦନ୍ତ ଚଳାଇଛି |

Related Posts